ଭାରତ

ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ: ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି

ମଧ୍ୟପ୍ରଦେଶ: ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ‘କୁନୋ ଜାତୀୟ ଉଦ୍ୟାନ’କୁ ୮ଟି ଚିତା ଅଣାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାକୁ କୃତଜ୍ଞତା ଜଣାଇବା ସହ ଦେଶବାସୀଙ୍କୁ କହିଛନ୍ତି, ଏଥିରେ କୌଣସି ରାଜନୈତିକ ଫାଇଦା ନାହିଁ, କିନ୍ତୁ ୭୦ ବର୍ଷ ପରେ ଭାରତକୁ ଚିତା ଆଣିବା ଲାଗି ସୁନିଶ୍ଚତ ହେବା ପାଇଁ ଆମେ ଅନେକ ବର୍ଷ ଧରି ଚେଷ୍ଟା କରିଛୁ। ଏ ଚିତାମାନେ ଆମ ଅତିଥି। କୁନୋରେ ସେମାନେ ଘର କରନ୍ତୁ। ଜଙ୍ଗଲକୁ ଯାଇଥିବା ଚିତାଙ୍କ ବେକରେ ଜିପିଏସ୍‌ ଲାଗିଛି। ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୯୫୨ ମସିହାରୁ ଦେଶରୁ ଚିତା ବିଲୁପ୍ତ ‌ବୋଲି ଘୋଷଣା କରାଯିବା ଦୁଃଖର ବିଷୟ। କିନ୍ତୁ, କେତେ ଦଶନ୍ଧି ବିତି ଯାଇଥିଲେ ବି ଚିତା ଅଣାଯିବା ନିମନ୍ତେ ଉଲ୍ଲେଖଯୋଗ୍ୟ ଉଦ୍ୟମ କରାଯାଇ ନ ଥିଲା। ଆଜି ଆମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ନୂଆ ବଳ ନେଇ ଦେଶ ଚିତା ପୁନଃଥଇଥାନ ଆରମ୍ଭ କରିଛି। ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆମେ ବିଲୁପ୍ତ ଚିତା ଫେରାଇ ଆଣିବାକୁ ସମର୍ଥ ହୋଇପାରିଛୁ।

Related posts

IED ବିସ୍ଫୋରଣରେ ୧୧ ଯବାନ ସହିଦ

mahabharatanews

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ

mahabharatanews