ଓଡିଶା

ଯୁବକ ମିଳିଲା ଜ୍ୟୋତିଷ ଶ୍ରୀ ଉପାଧି

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର ଯୁବକ କ୍ରୀଷ୍ଣା ମୁନି ମାତ୍ର ୨୦ ବର୍ଷ ବୟସରେ ଜ୍ୟୋତିଷ ଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। କ୍ରୀଷ୍ଣାଙ୍କର ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ସୁଦ୍ଧା ବହୁ ପ୍ରତିଭାର ଅଧିକାରୀ ହୋଇ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହେବା ସହ ଉଚ୍ଚ ପ୍ରଶଂସାର ପାତ୍ର ହୋଇଛନ୍ତି। କ୍ରୀଷ୍ଣା ସମସ୍ତ ପ୍ରକାର ପୂଜା ପଦ୍ଧତି, ଜ୍ୟୋତିଷ ଶାସ୍ତ୍ର, ପ୍ରବଚନ, କରାଟେ ପ୍ରଭୃତିରେ ନିଜର ନିପୁଣତା ହାସଲ କରିଛନ୍ତି। ଚଳିତ ମାସରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଉକ୍ରଳ ବିକାଶ ପରିଷଦ ପକ୍ଷରୁ ତାଙ୍କୁ ଜ୍ୟୋତିଷ ଶାସ୍ତ୍ର, ଯୋଗ, ପ୍ରାଣାୟମ, ପୂଜା ଉପାସନାରେ ଉକ୍ରର୍ଷତା ପାଇଁ ସେବା ରତ୍ନ ସମ୍ମାନ ୨୦୨୨ ରେ ସମ୍ମାନିତ ହୋଇଥିଲେ। ସେହିପରି ଖୋର୍ଦ୍ଧା ସ୍ଥିତ ମାଆ ମଙ୍ଗଳା ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସମ୍ମାନ ଏବଂ ରାଜସ୍ଥାନର ବିଦ୍ୟାଧର ନଗର ଜୟପୁରର ପାଲ ବାଲାଜୀ ଜ୍ୟୋତିଷ ସଂସ୍ଥାନ ତରଫରୁ ଜ୍ୟୋତିଷ ଶାସ୍ତ୍ରରେ ଉକ୍ରର୍ଷତା ପାଇଁ ଜ୍ୟୋତିଷ ଶ୍ରୀ ଉପାଧି ପ୍ରଦାନ କରାଯାଇଛି। ଜଣେ ସ୍ୱଳ୍ପ ଶିକ୍ଷାଗତ ଓ ସ୍ୱଳ୍ପ ବୟସର କିଶୋର ନିଜ ଯୁବ ପ୍ରତିଭାର ଏପରି ପ୍ରଦର୍ଶନ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।

Related posts

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନେଇ ପୁରୁଣାକଟକ ବନ ବିଭାଗର ସଚେତନତା

mahabharatanews

ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଆଦ୍ରତା ଦିବସ

mahabharatanews