ଓଡିଶା

କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

ରସୁଲପୁର ବ୍ଲକ ସ୍ଥିତ ସାଇଗ୍ରୁପ ନର୍ସିଙ୍ଗ କଲେଜରେ ଆଜି କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସ୍ଥିତି ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ସ୍ପେଶାଲିଷ୍ଟ ଡାକ୍ତର ସ୍ଥିତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାନ୍ସରର ଲକ୍ଷଣ, ପ୍ରାରମ୍ଭିକ ଚିହ୍ନଟ ଓ ପ୍ରତିକାର ଉପରେ ବିସ୍ତୃତ ସୂଚନା ଦେଇଥିଲେ।

ସମ୍ମାନିତ ଅତିଥି ଭାବେ କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଓ ସାଇ ଗ୍ରୁପ ଚେୟାରମ୍ୟାନ ଚନ୍ଦ୍ର ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।  ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ସମାଜରେ କ୍ୟାନ୍ସର ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।  ଡାକ୍ତର ସ୍ଥିତି ଦାସ କହିଛନ୍ତି, ସମୟ ଥାଉ ଥାଉ ଚିହ୍ନଟ ହେଲେ କ୍ୟାନ୍ସର ଆରୋଗ୍ୟ ସମ୍ଭବ।

Related posts

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

mahabharatanews

ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews