ବିଶ୍ୱ

ଭୂମିକମ୍ପରେ ଥରିଲା ମେକ୍ସିକୋ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମେକ୍ସିକୋ । ମେକ୍ସିକୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଉପକୂଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ ଏବେ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ମେକ୍ସିକୋରେ ଅଚାନକ ଏହି ଭୂକମ୍ପ ହେବା ପରେ ଘରଦ୍ବାର ଦୋହଲିବାରୁ ଲୋକମାନେ ରାସ୍ତା ମଝିକୁ ପଳାଇ ଆସିଥିଲେ। ଏହି ଭୂକମ୍ପ ପରେ ରାଜଧାନୀରେ ସତର୍କ ସୂଚନା ଜାରି କରାଯାଇଛି। ଆମେରିକାର ସୁନାମୀ ଚେତାବନୀ କେନ୍ଦ୍ର ପକ୍ଷରୁ ଜାଣିବାକୁ ମିଳିଛି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୦୦ ମାଇଲ୍‌ ମଧ୍ୟରେ ସୁନାମୀ ହେବାର ଆଶଙ୍କା ଥିବାରୁ ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Related posts

ଐତିହାସିକ କୋଠାରେ ଅଗ୍ନିକାଣ୍ଡ 

mahabharatanews

ମୋ‌ରୋକୋରେ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୮୨୦ ପାର

mahabharatanews

୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ ଟ୍ରମ୍ପଙ୍କ ନାମ

mahabharatanews