ଭାରତ

ରିଆଲିଟି ଶୋ’ ବିଗ୍‌ ବସ୍‌-୧୬ ରେ ନଜର ଆସିବେ ଓଡ଼ିଆ ଲଳନା ପ୍ରକୃତି ମିଶ୍ର!

ମୁମ୍ବାଇ: ପୁଣିଥରେ ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।  ‘ବିଗ୍‌ ବସ୍‌’ -୧୬ ରେ ନଜର ଆସିପାରନ୍ତି  ପ୍ରକୃତି ମିଶ୍ର !  ପ୍ରକୃତି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହ କେତେକ ଟିିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ପ୍ରକୃତି ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ରିଆଲିଟି ଶୋ’ରେ କାହାର ଗେମ୍‌ ଅଧିକ ରୋମାଞ୍ଚପୂର୍ଣ୍ଣ ରହିବ, କେଉଁ ପ୍ରତିଯୋଗୀ ଟିଆରପି ବଢ଼ାଇବେ ତାହା ଏବେ ଚର୍ଚ୍ଚାରେ। କିନ୍ତୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାଁ ଘୋଷଣା କରାଯାଇନାହିଁ।ଓଡ଼ିଆ ଅଭିନେତ୍ରୀ ପ୍ରକୃତିଙ୍କ ବାପା ହେଉଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର। ମା’ ଜଣେ ଆଙ୍କର। ପ୍ରକୃତି ଭୁବନେଶ୍ୱରରେ ଅଧ୍ୟୟନ କରି ପରେ ମୁମ୍ବାଇ ଯାଇଛନ୍ତି।

ପ୍ରକୃତି ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ । ସେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ୫ ବର୍ଷ ବୟସରେ କ୍ୟାମେରାକୁ ସାମ୍ନା କରିଥିଲେ ପ୍ରକୃତି।ଶିଶୁ କଳାକାର ଭାବେ ସେ ‘ସୁନା ପଞ୍ଜୁରୀ’ ଓ ‘ସାବତ ମା’ରେ ଅଭିନୟର ଯାଦୁ ଦେଖାଇଥିଲେ। ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ପ୍ରକୃତି ଅନେକ ଟେଲିଭିଜନ ଶୋ’ରେ ମଧ୍ୟ କାମ କରିସାରିଛନ୍ତି। ଏହାପରେ ଦ୍ୱିଭାଷୀ ଚଳଚ୍ଚିତ୍ର ‘ଦ୍ରୌପଦୀ’କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ରେ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ପ୍ରକୃତି ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି। ‘ଏମଟିଭି’ରେ ପ୍ରସାରିତ ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ମଧ୍ୟ ସେ ସାମିଲ ହୋଇଥିଲେ । ୨୦୧୪ରେ ଜି ଟିଭିରେ ‘ଇଣ୍ଡିଆଜ୍‌ ବେଷ୍ଟ ସିନେଷ୍ଟାର୍ସ କି ଖୋଜ୍‌’ ଏବଂ ପରେ ଷ୍ଟାର୍‌ ଭାରତରେ ପ୍ରସାରିତ ‘ଜୟ କହ୍ନେୟା ଲାଲ୍‌ କି’ ଏବଂ ଆଣ୍ଡ୍‌ ଟିଭିରେ ପ୍ରସାରିତ ‘ବିଟ୍ଟୀ ବିଜ୍ନେସ୍‌ୱାଲି’ରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related posts

ଆତଙ୍କବାଦୀ ଆକ୍ରମଣରେ ଜଣେ ମେଜର୍‌ ଓ ଦୁଇ ଜଣ ଯବାନ ସହିଦ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews