ଓଡିଶା

କୋଦଳାରେ ଆଜାଦିକା ଅମୃତ ମହୋତ୍ସବ

ଗଞ୍ଜାମ-ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ସେହିପରି ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେଞ୍ଜର ବଙ୍ଗଳା ସାହିରେ ଧୁମଧାମରେ ପାଳିତ ହୋଇଛି ଏହି ମହୋତ୍ସବ । ଗାନ୍ଧୀ ଏବଂ ଓଡିଶାକୁ ନେଇ ଏକ ଶୀର୍ଷକ ଆଲୋଚନା ହୋଇଥିଲା । ସ୍ଥାନୀୟ ଅଞ୍ଚଳର ମହିଳା, ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଦଳା ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ସୂର୍ୟ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ସ୍ଥାନୀୟ ୨ ନମ୍ବର ଓ୍ବାର୍ଡ କାଉନସିଲର ଏବଂ ଏନ୍ ଏ ସି ର କର୍ମଚାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଏହି କାର୍ୟ୍ୟକ୍ରମ । ଏଥିରେ ଦେଶଭକ୍ତି ସଂଗୀତ, ନାଚ, ରଂଗୋଲୀ, ଚିତ୍ରାଙ୍କନ, ମିଉଜିକ୍ ଚେୟାର୍ ପ୍ରଭୃତି ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। କୋଦଳାରେ ୪ ଟି ବସ୍ତିରେ ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମ ଚାଲିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ କାର୍ୟ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ସହରର ସ୍ବଚ୍ଛତା, ସବୁଜ ପରିବେଶ, ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ନେଇ ସଚେତନତା କରାଯାଉଛି। ଅଧ୍ୟକ୍ଷ ଏବଂ ଏନ୍ ଏ ସି କର୍ମଚାରୀ ମାନେ ଆଜାଦିକା ଅମୃତ ମହୋତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ବେଶ୍ ଉସ୍ଛାହିତ ଥିବା କହିଛନ୍ତି।

 

Related posts

ରାଜ୍ୟରେ ପୁଣି ୩୭୪୮ ସଂକ୍ରମିତ ଚିହ୍ନଟ

mahabharatanews

ବିଦ୍ୟୁତ ଆଘାତରେ ଯୁବକ ମୃତ

mahabharatanews

ଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତ

mahabharatanews