ଓଡିଶା

ଟ୍ରକ ଦୁର୍ଘଟଣାରେ ଯୁବକ ମୃତ

ପିପିଲି : ଟ୍ରକ ଦୁର୍ଘଟଣାରେ ଯୁବକ ମୃତ,  ଦୁର୍ଘଟଣା ଘଟାଇ ଥିବା ଟ୍ରକ ରେ ନିଆଁ ଲଗାଇ ଦେଲେ ଲୋକେ । ପିପିଲି- ନିମାପଡା ରାସ୍ତାର ହରିପୁର ନିକଟସ୍ଥ  ଜଇନାବାଦ  ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ  ଉତ୍ତେଜନା ।  ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ କୁ ଆୟତ୍ତ କରିଥିବା ବେଳେ ପୋଲିସ ପହଁଚି ପରିସ୍ଥିତି କୁ ଆୟତ୍ତ କରିଛି ।

ଯୁବକ ବାଲିପାଟଣା ଥାନା ଷୋମଣ। ପଞ୍ଚାୟତ ଖଇରାତ ଗ୍ରାମର ପ୍ରଦୀପ ପ୍ରଧାନ ବୟସ 33 ବୋଲି ଜଣାପଡ଼ିଛି । ସାଇକେଲ ରେ ଯାଉଥିବା ସମୟରେ ଟ୍ରକ ଯୁବକଙ୍କୁ ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଏଠାରେ ସ୍ଥାନୀୟ ଲୋକମାନେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇ ଯାଇଥିଲା ବେଳେ ଟ୍ରକଟି ମଦ ଅନଲୋଡ଼ କରି ଫେରୁଥିବା ସମୟରେ ଦୁର୍ଘଟଣା  ଘଟାଇ ଥିଲା ।

Related posts

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews

ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି

mahabharatanews

ଆସନ୍ତାକାଲିଠୁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews