Accidentଓଡିଶାଦୁର୍ଘଟଣା

ପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ

କଟକ : ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍‌। ଏଭଳି ଘଟିଛି କଟକ ସିଡିଏ-୮ ଅଭିମୁଖେ ଯାଉଥିବା ସମୟରେ । ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନାନୁସାରେ , ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍‌ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସୌଭାଗ୍ୟବଶତଃ ବସ୍‌ରେ ଥିବା ସବୁ ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ତେବେ ସେହି ସ୍କୁଲର ବସ୍‌ଟି ଆଗରୁ ମଧ୍ୟ ଦୁର୍ଘଟଣା ଘଟାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ପୂର୍ବରୁ ଥରେ ବ୍ରେକ୍‌ ଫେଲ ହୋଇଥିବା ବେଳେ ବସ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା।

ଏହାପରେ ଥରେ ରାସ୍ତା ମଝିରେ ବସ୍‌ଟି ଖରାପ ହୋଇ ଯାଇଥିଲା। ଫଳରେ ଅଭିଭାବକ ପହଞ୍ଚି ନିଜ ନିଜ ପିଲାଙ୍କୁ ନେଇଥିଲେ।କିଛି ଦିନ ପୂର୍ବେ ପରିବହନ ବିଭାଗ ଲୋକ ଦେଖାଣିଆ ଭାବେ ସ୍କୁଲ ବସ୍‌ ଉପରେ ଚଢ଼ାଉ କରି ଫାଇନ୍‌ ଆଦାୟ କରିଥିଲା। ମାତ୍ର ଏବେ ବିଭାଗର ଖାମଖିଆଲି ମନୋଭାବ ପାଇଁ ଛୋଟ ଛୋଟ ଜୀବନ ବିପଦକୁ ଠେଲି ଯାଉଛି ଅଭିଭାବକ ଅଭିଯୋଗ କରିବା ସହିତ ଦୃଢ କାଯ୍ୟନୁଷ୍ଠାନ ନିଆଯାଉ ଦାବି କରିଛନ୍ତି ।

 

Related posts

ହୋଇପାରେ ଲଘୁଚାପ ! ଦୁଇଦିନ ପ୍ରବଳ ବର୍ଷା

mahabharatanews

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

mahabharatanews

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

mahabharatanews