ଓଡିଶା

କୋଟପାଡରେ ବନ୍ଧୁମିଳନ କାର୍ଯ୍ୟକ୍ରମ

କୋରାପୁଟ/ ମନୋଜ ଦାସ :କୋଟପାଡ଼ ବ୍ଲକ ଅନ୍ତର୍ଗତ ଘୁମର ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ନେହୁରୁପାଲିରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟପାଡ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ଗଣେଶ ବିସର୍ଜନ ଅବସରରେ ଆୟୋଜିତ ହୋଇଥିଲା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ । ଚଳିତ ମାସ ୨୩ ତାରିଖ ଦିନ ନେହେରୁପାଲି ଓ କୋଟପାଡ଼ ବ୍ଲକ ଅନ୍ତର୍ଗତ ମିରିଗୁଡା ଗ୍ରାମ ମଧ୍ୟରେ ଏହି ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମିରିଗୁଡା ଗ୍ରାମବାସୀମାନେ ନେହୁରୁପାଲି ଗ୍ରାମ ଆସି ଗଣେଶ ବିସର୍ଜନରେ ସାମିଲ ହୋଇଥିଲେ । ଏହି ଅବସରରେ ଉଭୟ ଗ୍ରାମ ମଧ୍ୟରେ ଭାତୃତ୍ବ ଓ ଆତ୍ମିୟତା ସ୍ପଷ୍ଟଭାବେ ବାରି ହେଉଥିଲା । ଉଭୟ ଗ୍ରାମର ଏହି ନିଆରା ପରମ୍ପରା ଅନ୍ୟ ଗ୍ରାମମାନଙ୍କ ପାଇଁ ନିଶ୍ଚିତଭାବେ ଏକ ଉଦାହରଣ ପାଲଟିଛି। ବର୍ତ୍ତମାନ ସମୟରେ ଗ୍ରାମ ଗ୍ରାମ ମଧ୍ୟରେ ଓ ପରିବାରର ସମ୍ପର୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିବାବେଳେ ଉଭୟ ଗ୍ରାମର ବନ୍ଧୁମିଳନ ନିଶ୍ଚିତଭାବେ ଅନ୍ୟ ଗ୍ରାମମାନଙ୍କ ମଧ୍ୟରେ ସକ୍ରିୟାତ୍ମକ ବାର୍ତ୍ତା ଦେବା ସହ ଭାତୃଭାବ ସଞ୍ଚାରରେ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

Related posts

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews

୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀ ହନ୍ତସନ୍ତ

mahabharatanews