ଅପରାଧଓଡିଶା

RBSK ମ୍ୟାନେଜର ଅଫିସରେ ବସି ମଦ ପିଉଥିବାର ଫଟୋ ଭାଇରାଲ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରୀ ବାବୁଙ୍କ ମଦ ପିଇବା ନିଶା, ଅଫିସ ଭିତରେ ମଦ ରଖି ଖୁଲମ ଖୁଲା ପିଉଛନ୍ତି ସରକାରୀ କର୍ମଚାରୀ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀ ମଦ ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାବୁ ଜଣଙ୍କ ହେଉଛନ୍ତି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ(RBSK) ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ । ନିଜ ଚୌକିରେ ବସି ମଦ ପିଉଥିବାର ଫଟୋ ଏବେ ଭାଇରାଲ ହୋଇଛି । ଅଫିସ ଭିତରେ ମଦ ବୋତଲ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଖାଲି ଏତିକି ନୁହଁ ନିଜ ଅଧିନସ୍ଥ କର୍ମଚାରୀଙ୍କୁ ନିୟମିତ ଭାବରେ ଅଶାଳୀନ ବ୍ୟବହାର କରିବା ସହିତ ମୋବାଇଲରେ ଭିଡିଓ ଅଡିଓ କଲ୍ ମାଧ୍ୟମରେ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ଜଣାପଡିଛି । ନିର୍ଯାତନାର ଶିକାର ହେଉଥିବା କର୍ମଚାରୀ ଓ ଅଧିକାରୀମାନେ ଅନେକବାର ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ସରକାରୀ ବାବୁ ଜଣଙ୍କର ହାତ ଉପର ମହଲା ପର୍ଯ୍ୟନ୍ତ ରହିଥିବା ଯୋଗୁଁ ଦିନକୁ ଦିନ ସେ ଏପରି ମନମୁଖୀ କାର୍ଯ୍ୟ କରୁଥିବା ସ୍ୱାସ୍ଥବିଭାଗରେ ଆଲୋଚନାର ବିଷୟ ପାଲଟିଛି ।

ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଆରମ୍ଭ କରିଥିବା 5T ଛାଟ କାମ ଦେଉନଥିବା ଏବେ ଚର୍ଚ୍ଚା ହେଉଛି । ଭାଇରାଲ ହୋଇଥିବା ଫଟୋ ଗୁଡିକରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ(RBSK) ମ୍ୟାନେଜର ଟେବୁଲ ଉପରେ ମଦ ବୋତଲ ରଖି ଚେୟାରରେ ବସି ମଦ ପିଉଥିବା ଦେଖିବାକୁ ମିଳିଛିି, ଏଥିସହ ଟେବୁଲ ଡ୍ରରେ ମଧ୍ୟ ମଦ ବୋତଲ ଥିବା ଦେଖିବାକୁ ମିଳିଛି ।ଫଟୋ ଭାଇରାଲକୁ ନେଇ ସିଡିଏମଓ ଡାକ୍ତର ଉମାଶଙ୍କର ମିଶ୍ର କହିଛନ୍ତି ଯେ , ”ଏହି ଘଟଣାକୁ ନେଇ ଆମେ ଅବଗତ ଅଛୁ, ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related posts

ମଣିପୁର ହିଂସା ଘଟଣାରେ ୨୨ ଜଣଙ୍କୁ ଗିରଫ କଲା ପୁଲିସ

mahabharatanews

୩ଟି ସମୂଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା

mahabharatanews

ଇର୍ମାଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେଲା ମାରତ୍ମକ କର୍କଟ

mahabharatanews