ଭାରତସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ କମିଛି ; ୩,୨୩୦ ଜଣ କରୋନା ପଜିଟିଭ ଚିହ୍ନଟ 

ନୂଆଦିଲ୍ଳୀ: ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତକାଲି  ୪,୧୨୯ କରୋନା  ସଂକ୍ରମଣ  ଚିହ୍ନଟ ହୋଇଥିବାବେଳେ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିଲା । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩,୨୩୦ ଜଣ ଚିହ୍ନଟ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫, ୪୭୩ରେ ପହଞ୍ଚିଛି।

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୩୫୮ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ  ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି।ଆଜି ଆଉ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୮, ୫୬୨ରେ ପହଞ୍ଚିଛି। ଆଜି କେବଳ କେରଳରୁ ୨୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି।କରୋନା ସଂକ୍ରମଣ ସକ୍ରିୟ ମାମଲା ହାର ୦.୧୦ ପ୍ରତିଶତ ରହିଥିବା ବେଳେ କରୋନା ସୁସ୍ଥ ହାର ରହିଛି ୯୮.୭୨ ପ୍ରତିଶତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Related posts

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

mahabharatanews

 ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ 

mahabharatanews