ଓଡିଶାସ୍ୱାସ୍ଥ୍ୟ

ଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତ

ସୋର : ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମଥାନ। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଗନ୍ଧାଳି ଗାଁରେ। ଲକ୍ଷ୍ମୀ ବନ୍ଧୁଙ୍କ ଘର ନାକପଦା ଗାଁକୁ ବୁଲିବାକୁ ଆସିଥିଲେ। ନାକପଦା ଗାଁର ମଦନ ମୋହନ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ଘରେ ଭୋଜି ହୋଇଥିଲା।

ଦୁଇ ପରିବାର ଲୋକ ଏହି ଭୋଜି ଖାଇଥିଲେ। ଲକ୍ଷ୍ମୀ ମଧ୍ୟ ଖାଇଥିଲେ। ଖାଇବା ପରେ ପରିବାରର କିଛି ଲୋକଙ୍କୁ ପ୍ରଥମେ ବାନ୍ତି ହୋଇଥିଲା। ପରେ ଝାଡ଼ା ହୋଇଥିଲା। ପରିବାର ଲୋକେ ତୁରନ୍ତ ସମସ୍ତଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଲକ୍ଷ୍ମୀଙ୍କର ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସ୍ୱାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଝାଡାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି। ଗତକାଲି ଗାଁରେ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏବଂ ତା ସହିତ ଲୋକ ମାନଙ୍କୁ ସଚେତନତା କରାଇଛନ୍ତି ।

Related posts

ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଲା ନୂଆ ପରିଚୟ

mahabharatanews

୩୨୪ ନିମୟ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ

mahabharatanews

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews