ଓଡିଶା

ବଦଳିଲା ଆଇଏସ୍ ଦାୟିତ୍ୱ

ଭୁବନେଶ୍ୱେର :ଆଇଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରା ଯାଇଛି । ଗତକାଲି ବିଭିନ୍ନ ନିଗମର ଅଧକ୍ଷ୍ୟ ଓ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ନୟାଗଡ ଜିଲ୍ଲାପାଳ ଭାବେ ରବିନ୍ଦ୍ର ନାଥ ସାହୁଙ୍କୁ ବଦଳି କରାଯାଇଥିବା ବେଳେ ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଏମ୍ଡି ଭାବେ ଡ. ପେମା ଟୁଡୁଙ୍କୁ ବଦଳି କରାଯାଇଛି । କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲେଙ୍କୁ ଅତିରିକ୍ତ ଦାୟିତ୍ୱରେ ଥଇଥାନ କରାଯାଇଛି । ସେହିଭଳି ପୁନର୍ବାର ଆଦିତ୍ୱ ଗୋୟେଲଙ୍କୁ ବରଗଡ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଆଉ ଏକ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କେ. ଆଶୁତୋଷ ଓ ବାଲିଗୁଡା ଉପଜିଲ୍ଲାପାଳ ଭାବେ ମଧୁସ୍ମିତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବେଦଭୂଷଣଙ୍କୁ ଧର୍ମଗଡ ଉରପଜିଲ୍ଲାପାଳ ଏବଂ ସି.କେ ମୋତିରାମଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Related posts

ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

mahabharatanews

ଆରପାରିରେ ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର

mahabharatanews

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews