ଓଡିଶା

କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ରେଡ୍ କଲା ଭିଜିଲାନ୍ସ

କେନ୍ଦୁଝର:କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକର ବିଇଓ ଅଫିସ୍ରେ କାର୍ଯ୍ୟରତ ଥିଲେ ଏହି କିରାଣୀ । ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସହିତ ଏକ କାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ଠୁଳ ସମ୍ପତି ଅଭିଯୋଗରେ ଭିଜିଲାନ୍ସ ରେଡ୍ କରୁଛି । କେନ୍ଦୁଝର ସ୍ୁତନ୍ତ୍ର ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶ ପରେ ରେଡ୍ ଜାରି ରହିଛି । ବାଲେଶ୍ୁର ଏସିପିଙ୍କ ଉପସ୍ଥିତିରେ ୩ ଜଣ ଡିଏସପି, ୭ ଜଣ ଇନସ୍ପେକଟର, ୨ ଜଣ ଏସଆଇ ଓ ୯ ଜଣ କନେଷ୍ଟବଳଙ୍କ ଉପସ୍ଥିତିରେ ଏହି ରେଡ୍ ଚାଲିଛି । ବାଶଂପାଳ ଅଫିସ୍, କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ ଭାଲ୍କି ପାତ୍ତାଳ ସ୍ଥିତ ୩ ମହଲା କୋଠା ସମେତ ବାପାଙ୍କ ଘର ଓ ଶଶୁରଙ୍କ ଘରେ ଏକକାଳୀନ ରେଡ୍ ଚାଲିଛି ।

Related posts

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews

ଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରା

mahabharatanews

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews