ଓଡିଶା

ନିଜ ଚକ୍ଷୁକୁ ଭଲ ପାଆନ୍ତୁ: ସ୍ଵାସ୍ଥ୍ୟ ଅଧିକାରୀ

ସୁବର୍ଣ୍ଣପୁର( ଓମ୍ ପ୍ରକାଶ ମିଶ୍ର) : ନିଜ ଶରୀରର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ହେଉଛି ଗୁତୁତ୍ଵପୁର୍ଣ୍ଣ । ତେଣୁ ନିଜ ଚକ୍ଷୁକୁ ଭଲ ପାଇବା ସହ ଏବଂ ତାର ଯତ୍ନ ନେବା ନିହାତି ଆବଶ୍ୟକ । ସେଥିପାଇଁ ଆଜି ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳନ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ଏହି ବାର୍ତ୍ତା ପ୍ରଦାନ କରିଛନ୍ତି।

ଏହି ଅବସରରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ ସୁନେତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଶୁଳ୍କହୀନ ସେବା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଦିବସ ପାଳନର ଇତିବୃତ୍ତ ସହ ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ବ୍ୟକ୍ତିସ୍ତରକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ଵାରୋପ କରିଥିଲେ।

ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସ୍ଵାସ୍ଥ୍ୟକର୍ମୀ ପ୍ରଶିକ୍ଷାର୍ଥୀ, ସ୍ଵାସ୍ଥ୍ୟ କର୍ମଚାରୀ ଏବଂ ସାମ୍ଵାଦିକମାନେ ଯୋଗ ଦେଇଥିଲେ।

Related posts

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

mahabharatanews

 ୧୫ରୁ ବରଗଡ ଧନୁଯାତ୍ରା 

mahabharatanews

ଗୋଟାଏ ଦିନ ପାଇଁ ଭଦ୍ରକରେ ସ୍କୁଲ ଛୁଟି

mahabharatanews