ବିଶ୍ୱ

ହିଜାବ ବିରୋଧୀ ଆନ୍ଦୋଳନରେ ୧୦୮ ମୃତ୍ୟୁ

ବ୍ୟୁରୋ :ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଏବେ ଉଗ୍ର ରୂପ ନେଇଛି । ଏହି ଆନ୍ଦୋଳନରେ ମୋଟ ୧୦୮ ଜଣ ମୃତ୍ୟୁବରଣ କରିସାରିଛନ୍ତି । ୧୦୦୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ଅନେକ ମୃତ୍ୟୁ ସହିତ ସଂର୍ଘଷ କରୁଛନ୍ତି । ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ବିପୁଳ ପରିମାଣର ସୁରକ୍ଷାବାହିନୀଙ୍କୁ ମୃତୟନ କରାଯାଇଥିଲା । ହିଜାବ ପରିଧାନକୁ ନେଇ ପୋଲିସ ନିର୍ଯାତନାରେ ପ୍ରାଣ ହରାଇଥିବା ମହସା ଆମାନୀଙ୍କ ଘଟଣାକୁ ବିରୋଧ କରି ୩ ସପ୍ତାହ ଧରି ଆନ୍ଦୋଳନ ଜାରି ରଖିଛନ୍ତି ଇରାନବାସୀ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ହୋଇଥିଲା ଯାହା ଫଳରେ ୧୦୦ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତ ସେପ୍ଟମ୍ବରରୁ ୧୬ ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ କେବଳ ଜେହଦାନ ସହରରୁ ୯୩ ଜଣ ମୃତୁବରଣ କରିଛନ୍ତି । ଏହି ଘଟଣାରେ ବିଶ୍ୁବ୍ୟାପି ମାନବାଧିକାର ଗୋଷ୍ଠୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

Related posts

ପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହ

mahabharatanews

ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ପ୍ରଭାବ

mahabharatanews

ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି

mahabharatanews