ଭାରତରାଜନୀତି

ଆପର ଦିଲ୍ଲୀ ମଡେଲ କେବଳ ଲୋକ ଦେଖାଣିଆ: ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବର୍ଷା । ଗୁଜୁରାଟ ଗୌରବ ଯାତ୍ରାରେ ଆରମ୍ଭ ହୋଇଯାଇଛି ବିଜେପିର ରଣ ହୁଙ୍କାର । ଗତକାଲି ଜେପି ନଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ, ଆଜି ଯୋଗ ଦେଇଛନ୍ତି ଗୁହମନ୍ତ୍ରୀ ଅମିତ ଶାହା । ସେହିପରି ଏଥିରେ ଯୋଗ ଦେବା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟରେ ପହଁଚିଥିଲେ ।

ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିବା ସହ ବିଜେପି ଗଡ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆମ ଆଦମୀ ପାର୍ଟି ଉପରେ ମଧ୍ୟ ଧର୍ମେନ୍ଦ୍ର ଖୁବ ବର୍ଷିଛନ୍ତି । ଆପର ଦିଲ୍ଲୀ ମ ଡେଲ କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି ଧର୍ମେନ୍ଦ୍ର । ୯ ଦିନିଆ ଏହି ଯାତ୍ରା ରାଜ୍ୟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୧୪୪ ଟି ଆସନ ଦେଇ ଯିବ। ୫ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏହି ଯାତ୍ରା ଜ୍ଝ ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ବିଜେପି ଜୋରଦାର କସରତ ଆରମ୍ଭ କରିଦେଇଛି ।

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews

ହିଜାବ ମାମଲା: ସମସ୍ତ ଆବେଦନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

mahabharatanews

‘ବୀର ବାଲ ଦିବସ’ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

mahabharatanews