ଓଡିଶାରାଜନୀତି

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ରାଜୁଙ୍କ ପାଖରେ ସମର୍ଥକଙ୍କ ଭିଡ ଲାଗିଛି । ପଦଯାତ୍ରା ରେ ସମର୍ଥକଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କଲେ ରାଜୁ ଦାସ । ବିଜେଡି ପୂର୍ବରୁ ରାଜୁଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ ।ସେପଟେ, ବିଜେଡି ପ୍ରାର୍ଥୀଭାବେ ଲଢ଼ୁଥିବା ଅବନ୍ତୀ ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ଧାମନଗର ଉପନିର୍ବାଚନ ପାଇଁ ବିଜେଡି ମହିଳା କାର୍ଡ ଖେଳିଛି । ଆଜି ନାମାଙ୍କନର ଶେଷ ତାରିଖ ହୋଇଥିବାରୁ ଏହା ଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି ।

Related posts

ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା :ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା  

mahabharatanews

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

mahabharatanews

ଶ୍ରୀକ୍ଷେତ୍ରର ୫ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରଂଭ

mahabharatanews