ଭାରତ

ଅଯୋଧ୍ୟାରେ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଲୋକର ଉତ୍ସବ ଦୀପାବଳି । ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଦୀପାବଳିର ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଯୋଧ୍ୟାରେ ଗତଥର ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତ ଥର ୪୦ଟି ଘାଟରେ ୧୭ ଲକ୍ଷ ଦୀପ ଜଳାଯିବାର ପ୍ରସ୍ତୁତି ଚାଲିଛି ।

ସୂଚନାମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଅଯୋଦ୍ଧା ଗସ୍ତ କରିବେ । ପୂର୍ବରୁ ୫ ଅଗଷ୍ଟ ୨୦୨୦ ମସିହାରେ ମୋଦି ଅଯୋଧ୍ୟା ଗସ୍ତ କରିଥିଲେ । ସେହି ସମୟରେ ଅଯୋଧ୍ୟା ମନ୍ଦିରର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟାର ସମୟ ବିତାଇବେ ପ୍ରଧାନମନ୍ତ୍ରୀ । ସେଠାରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଶେକ କରିବା ସହ ଦୀପୋତ୍ସବର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯିବାର ସୂଚନା ରହିଛି ।

Related posts

ଭାରତକୁ ଆଉ ଏକ ସଫଳତା; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

mahabharatanews

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

mahabharatanews

ଗୁଜରାଟରେ ପ୍ରଥମ ‘ଏକ୍ସଇ କରୋନା ଭାଇରସ୍‌’ ଆକ୍ରନ୍ତ ଚିହ୍ନଟ

mahabharatanews