ଓଡିଶା

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ -ସିଇଓ

ଭୁବନେଶ୍ୱର /ହରପ୍ରସାଦ ବିଶୋଇ:ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ସୂଚନା ଦେଇଛନ୍ତି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ ଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସି ଭିଜିଲ ଆପ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ଟି ଅଭିଯୋଗ ଆସିଛି ୨୧୬ ଜଣ ଗିରଫ ହୋଇଛନ୍ତି। । ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଡେଲ କୋଡ଼ ଅଫ କଣ୍ଡକ୍ଟ ନେଇ କଠୋର ହେବ କାର୍ଯ୍ୟାନୁଷ୍ଠାନ। ରାଜନୈତିକ ଦଳର ନେତା, କର୍ମୀ ଓ ପ୍ରାର୍ଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଚେତାବନୀ। ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

mahabharatanews

ବିବାଦ ଘେରରେ ଭଦ୍ରକ ବରପଦା, ବଢୁଛି ସମସ୍ୟା

mahabharatanews

ରାଜ୍ୟରେ ଆଉ ୧୭ ପଜେଟିଭ ଚିହ୍ନଟ,୨୮୭ ପହଞ୍ଚିଲା ପଜେଟିଭ

mahabharatanews