ଖେଳ

ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ

ସିଡନି : ଟି-ଟେ୍ଵଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ବିପକ୍ଷରେ ବର୍ଷିଲେ ଭାରତୀୟ ଟପ୍ ଅର୍ଡର । ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା । ଆଉ ନେଦର ଲ୍ୟାଣ୍ଡ ପାଇଁ ୧୮୦ରନର ଟାର୍ଗେଟ ଦେଇଥିଲା |

ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ କେଏଲ ରାହୁଲ । ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଲଢୁଆ ସ୍କୋର ପ୍ରଦାନ କରିଥିଲେ । ପାକିସ୍ତାନ ମ୍ୟାଚ ପରେ କୋହଲି ପୁଣି ଥରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୬୨ ରନ କରିଥିଲେ । ରୋହିତ ୫୩ରନ ଓ ସୂର୍ଯ୍ୟ ୫୧ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ସଦୀପ ସିଂ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସେପଟେ ୧୮୦ରନର ଟାର୍ଗେଟ ନେଇ ଖେଳୁଥିବା ନେଦରଲାଣ୍ଡସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବଡ଼ ସ୍କୋର କରିପାରିନଥିଲେ ଦଳର କୌଣସି ବ୍ୟାଟ୍ସମ୍ୟାନ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୩ ରନ କରିପାରିଥିଲା । ଟିମ୍ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିଲେ । ମାର୍କ ଓଡଉଡ ଓ ବାସ୍ ଡି ଲିଡ୍ ୧୬ ରନ ଲେଖାଏଁ କରିଥିଲେ ।

Related posts

୧୦୦ ବର୍ଷରେ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

mahabharatanews

ଡୋପ ଟେଷ୍ଟରେ ବିଫଳ ହେବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ କରାଯାଇଛି

mahabharatanews

ନିଜ ପିଚରେ ହାରିଲା ଚେନ୍ନାଇ

mahabharatanews