ଓଡିଶାରାଜନୀତି

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

ଭୁବନେଶ୍ୱର (ଆଶିଷ ରାଉତ) ;- ବିଜେଡି ଆଣିଲା ବିଜେପି ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ। ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି। ଧାମନଗରରେ ମିଥ୍ୟା ଭିଡିଓ ଓ ଅଡିଓ ଭାଇରାଲ କରି ବିଜେପି ଆଇଟ ସେଲ୍ ବିଜେଡି କୁ ବଦନାମ କରୁଛି। ଯୋଜନା ବଦ୍ଧ ଭାବେ ଧାମନଗର ରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଗାଡ଼ି ଅଟକାଇ ଆକ୍ରମଣ କରୁଛି। ଏମିତିକି ବିଜେଡି କର୍ମୀ ମାନଙ୍କୁ ରକ୍ତ ମୁଖା ହୋଇ ଅନେକ ସ୍ଥାନରେ ଆକ୍ରମଣ କରୁଛି ବିଜେପି। ଧାମନଗରବାସୀନିଷ୍ପତ୍ତି ନେଇ ସାରିଛନ୍ତି ବିଜେପିର ପରାଜୟ ସୁନିଶ୍ଚିତ।

ସେଥିପାଇଁ ବିଜେପି ଏପରି ରକ୍ତମୁଖା ହେବା ସହ ବିଜେପି ଆଇଟି ସେଲ୍ ମାଧ୍ୟମରେ ମିଛ ଭିଡିଓ ଅଡିଓ ଭାଇରାଲ କରୁଛି । ଯଦି ସତ ସାହାସ ଅଛି ଭାଇରାଲ ଭିଡ଼ିଓ ରେ ମୁହଁ ଲୁଚାଇଥିବା ବ୍ୟକ୍ତିକୁ ପରିଚୟ ଲୋକଲୋଚନକୁ ଆଣନ୍ତୁ । ବିଜେପି ବିରୁଦ୍ଧରେ ଏହିଭଳି କିଛି ଅଭିଯୋଗ ଆଣିଛି ବିଜେଡି । ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ସହ ବିଜେପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବିଜେଡି କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅପିଲ କରିଛନ୍ତି ।

Related posts

ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews

ଏପ୍ରିଲ ଶେଷରେ ମାଟ୍ରିକ ପରୀକ୍ଷା

mahabharatanews