ଓଡିଶା

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର

ଭୁବନେଶ୍ୱର : ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର । ଯେଉଁ ଗାଡି ମାଲିକମାନେ ନିଜ ଗାଡ଼ିରେ ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇପାରି ନାହାନ୍ତି, ସେମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ । ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ । ୭, ୮ ପାଇଁ ଜାନୁଆରୀ ୩୧ ଓବଂ ୯, ୦ ପାଇଁ ଫେବୃଆରୀ ୨୮ ଶେଷ ତାରିଖ ରଖାଯାଇଛି ।

ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଗତ ଜୁନ୍‌ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ‌ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା। କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି।

ଗାଡିର ମାଲିକଙ୍କ ସୁବିଧାକୁ ଆଖିରେ ରଖି ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ବାଧ୍ୟତାମୂଳକ ହୋଇଥିଲା । ପୂର୍ବରୁ ମଧ୍ୟ ଗୋଟିଏ ଥର ଏହି ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ପୁଣି ଥରେ ଏହାକୁ ବଢାଇ ଦିଆଯାଇଛି । ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ରାଜ୍ୟର ୧୧ ଲକ୍ଷ ୭୩ ହଜାର ୪୫୯ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ଲଗାଯାଇସାରିଛି । ସେହିଭଳି ୨୯ ଲକ୍ଷ ୫୯ ହଜାର ୫୪୪ ଗାଡିର ମାଲିକ ଏହି ନମ୍ବର ପ୍ଲେଟ ଲଗାଇବାକୁ ଆବେଦନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗାଡ଼ିମାଲିକମାନେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପାଇଁ ନିକଟସ୍ଥ ମୋ ସେବା କେନ୍ଦ୍ରରୁ ମଧ୍ୟ ଆବେଦନ କରି ପାରିବେ। ଏହି ବ୍ୟବସ୍ଥା ରାଜ୍ୟର ୩୦ଟି ଜିଲ୍ଲାରେ ଉପଲବ୍ଧ ରହିଛି। ସେହିପରି ଯାନବାହନ ମାଲିକଙ୍କ ସୁବିଧା ପାଇଁ, ଏଚ୍‌ଏସ୍‌ଆରପି ହେଲ୍ପ ଡେସ୍କ ବର୍ତ୍ତମାନ ରାଜ୍ୟର ସମସ୍ତ ଆରଟିଓ ଓ ଏଆରଟିଓରେ କାର୍ଯ୍ୟକ୍ଷମ ଅଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ଉପରେ ଦିଆଯାଇଥିବା ସମୟସୀମା ଅନୁଯାୟୀ ସେମାନଙ୍କ ଗାଡ଼ିରେ ଏଚଏସ୍‌ଆରପି ସଂଲଗ୍ନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ।

Related posts

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

mahabharatanews

୧୨ରେ ଆସୁଛି ବାତ୍ୟା ‘ମୋଚା’ 

mahabharatanews

ନନ୍ଦନକାନନରେ ହେଲା ୩ ଅତିଥିଙ୍କ ନାମକରଣ  

mahabharatanews