bharatଓଡିଶାଭାରତରାଜନୀତି

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

ଶିମିଲା : ହିମାଚଳରେ ଚାଲିଛି ନିର୍ବାଚନି ମାହୋଲ । ଆଉ ଆରମ୍ଭ ହୋଇଛି ମତଦାନ । ଆଜି ସକାଳ ୮ଟାରେ ମତଦାନ ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଥିବା ବେଳେ ଏହା ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ । ରାଜ୍ୟର ୬୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭୮୯ ଟି ସମ୍ବେଦନଶୀଳ ଏବଂ ୩୯୭ ଟି ଅତ୍ୟନ୍ତ ସମ୍ବେଦନଶୀଳ ମତଦାନ କେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି । ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶର ଜନାଦେଶ । ହିମାଚଳ ପ୍ରଦେଶରେ କଂଗେସ, ବିଜେପି ଓ ଆପ୍ ମଧ୍ୟରେ ଜୋରସରରେ ଲଢେଇ ଚାଲିଛି । ଏଥିରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତ୍ୟପାଲ ସିଂ ସତୀ ଅଛନ୍ତି ।

ହିମାଚଳ ପ୍ରଦେଶରେ ବିଜେପି ନିଜ ଗାଦି ବଜାୟ ରଖିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର । ଏଥିସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ବି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ହିମାଚଳ ପ୍ରଦେଶରେ ସିଧାସଳଖ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବାବେଳେ ଏଥର ତୃତୀୟ ଦଳ ଭାବେ ଆପ୍ ଉଭା ହୋଇଛି । ହିମାଚଳରେ ଶକ୍ତି ବଜାୟ ରଖିବାକୁ ବିଜେପି କଠିନ ପରିଶ୍ରମ କରୁଥିବାବେଳେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଗାଦିକୁ ଫେରିବାକୁ କଠିନ ପରିଶ୍ରମ କରିଛି । ହେଲେ ପଞ୍ଚାବରେ କ୍ଷମତାକୁ ଆସିଥିବା ଆପ୍ ଏଥର ହିମାଚଳ ପ୍ରଦେଶକୁ ନେଇ ଖୁବ୍ ଉତ୍ସୁକ ଅଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି ଏହାର ବିକାଶର ଏଜେଣ୍ଡା ଉପରେ ନିଜର ନିର୍ବାଚନୀ ସଫଳତାକୁ ପୁନରାବୃତ୍ତି କରିବାକୁ ଆଶା ରଖିଛି । ସେହିପରି ବିରୋଧୀ କଂଗ୍ରେସ ସରକାରଙ୍କୁ ବହିଷ୍କାର କରି ପୁରୁଣା ପରମ୍ପରା ପାଳନ କରିବାକୁ ଭୋଟରଙ୍କୁ ଅନୁରୋଧ କରୁଛି ।

 

Related posts

କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

mahabharatanews

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

mahabharatanews

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାରର ଶେଷ ଦିନ

mahabharatanews

Leave a Comment