ଭାରତ

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

ପାଟନା : ମୋର କିଡନି ଚୋରି କରିଥିବା ଡାକ୍ତରଙ୍କ କିଡ୍ନି ମୋ ଦେହରେ ଲଗାଯାଉ । ଏଭଳି କହିଛନ୍ତି ଜଣେ ବିହାରର ମହିଳା । ଖବର ଅନୂଯାୟୀ ଚଳିତ ସେପ୍ଟମ୍ବର ମାସରେ ଏକ ସ୍ଥାନୀୟ ଘରୋଇ ନର୍ସିଂହୋମରେ କୌଶଳ କରି ତାଙ୍କର ଦୁଇଟିଯାକ କିଡ୍ନି ବାହାର କରି ନିଆଯାଇଥିବା ଅଭିଯୋଗ କରିଛନ୍ତି । ଜରାୟୁ ସଂକ୍ରମଣ ଚିକିତ୍ସା କରିବା ଲାଗି ସୁନୀତା ମୁଜାଫରପୁର ନଗରୀର ବାରିୟାର୍ପୁର ଅଞ୍ଚଳର ଏକ ଘରୋଇ କ୍ଲିନିକ୍କୁ ଯାଇଥିଲେ। ସେଠାରେ ଜଣେ ଡାକ୍ତର ତାଙ୍କର କିଡ୍ନି ଦୁଇଟି କାଢ଼ି ନେଇଥିବା କଥା ସେ ଅଭିଯୋଗ କରିଛନ୍ତି। ସେପ୍ଟେମ୍ବର ୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସମ୍ପ୍ରତି ୩୮ ବର୍ଷୀୟ ସୁନୀତା ମୁଜାଫରପୁରସ୍ଥିତ ରାଷ୍ଟ୍ରାୟତ ‘ଶ୍ରୀକୃଷ୍ଣ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ’ରେ ଚିକିତ୍ସତ ହେଉଛନ୍ତି । ଅସ୍ତ୍ରୋ ପ୍ରଚାରପରେ ତାଙ୍କ ପେଟ ଯନ୍ତ୍ରଣା ଲାଗିରହିବା ସାଙ୍ଗକୁ ତାଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରୁ ତାଙ୍କୁ ‘ଏସକେଏମସିଏଚ୍’ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଦୁଇଟି କିଡିନୀ ନଥିବା କଥା କହିଥିଲେ ଡାକ୍ତର । ତା ପରେ ସୁନୀତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ମୋର ଦୁଇଟିଯାକ କିଡ୍ନି କାଢ଼ି ନେଇଥିବା ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବା ଲାଗି ମୁଁ ସରକାରଙ୍କୁ ନିବେଦନ କରୁଛି। ପ୍ରତିରୋପଣ ନିମନ୍ତେ ତାଙ୍କର କିଡ୍ନି ମତେ ଦିଆଗଲେ ମୁଁ ବଞ୍ଚିଯିବି। ଏଭଳି ହେଲେ ଅର୍ଥ ପାଇଁ ଗରିବମାନଙ୍କ ଜୀବନ ସହିତ ଖେଳୁଥିବା ଲୋଭୀ ଡାକ୍ତରମାନେ ଚେତି ପାରନ୍ତେ।

Related posts

ଉଦଘାଟନ ହେଲା ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପ 

mahabharatanews

କମିଲା ଔଷଧ ଦାମ୍ , ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର

mahabharatanews

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

mahabharatanews