ଓଡିଶା

ନିରୀକ୍ଷକଙ୍କ କର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତ ବାସୀ

ସାଲେପୁର : ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ସୁକରପଡା ପଂଚାୟତ ବାସୀ । ଗ୍ରାମ୍ୟ ଶ୍ମଶାନ ଜମିରୁ ବେଆଇନ ମାଟି ଖନନ ହେଉଥିବା ଅଭିଯୋଗ ହୋଇଛି । ଗତକାଲି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନ ଜମିରୁ ବେଆଇନ ମାଟି ଖନନକୁ ବିରୋଧକରି କଟକ-କେନ୍ଦ୍ରାପଡା ରାସ୍ତାର ସୁକରପଡା ଠାରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ ପଂଚାୟତ ବାସୀ ।

କାଲି ସ୍ଥାନୀୟ ପ୍ରଶାସନ ବୋହୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ବେଳେ ଆଜି  ପୁଣି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ସୁକରପଡା ଗ୍ରାମ ପଞ୍ଚାୟତ ଫାଟକରେ ତାଲା ପକେଇବା ସହିତ ସୁକରପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ତାଲା ପକେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେ ପର୍ଯ୍ୟନ୍ତ ମାଟି ମାଫିଆ ଓ ମାଟି ଖନନରେ ବ୍ୟବହାର ହୋଇଥିବା ଗାଡ଼ି ଗୁଡ଼ିକୁ ଗିରଫ କରାନଯାଏ ସେ ପର‌୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ଏହି ବେଆଇନ ମାଟି ଉଠାଣ ରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ହାତ ଥିବା ଅଂଚଳବାସୀ ଅଭିଯୋଗ କରୁଥିବା ବେଳେ ଏହି ଅଭିଯୋଗକୁ ସୁକରପଡା ରାଜସ୍ବ ନିରୀକ୍ଷକ ଅସ୍ବୀକାର କରିଛନ୍ତି ।

Related posts

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ପୁରୀରୁ କୋଣାର୍କକୁ ଗଡିବ ଟ୍ରେନ 

mahabharatanews

୨୧ ଦିନ କ୍ୱାରେଣ୍ଟାଇନରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାଧିକ ପ୍ରବାସୀ

mahabharatanews