ଓଡିଶା

ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

ଆଠଗଡ : ରାଣୀ ପଣ୍ଡାଙ୍କ କାର ଗତକାଲି ରାତିରେ ଏକ ବାଇକ୍ ସହ ଧକ୍କା ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା (୨୮)।
ସୂଚନା ଅନୁସାରେ, ଏକ ବାହାଘର ଭୋଜି ଖାଇ ରାନୀ ପଣ୍ଡା କାର୍‌ରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟରେ ବାଇକ୍ ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାପରେ । ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଥିଲା । ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।

Related posts

୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକା

mahabharatanews