ଓଡିଶା

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଗଞ୍ଜାମ : ଦେଶର ପ୍ରଚଳିତ ହେବାକୁ ରହିଥିବା ଜାତୀୟ ଶିକ୍ଷା ନୀତି-୨୦୨୦ ସଂପର୍କିତ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମ୍ମା ଛତ୍ରପୁର ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ବିଷୟରେ ବିସୃତ ଭାବରେ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ଡ ତାରାପ୍ରସାଦ ଦାଶ, ମୁଖ୍ୟବକ୍ତା ଭାବରେ ଡି.ଆଇ.ଇ.ଟି ଖଲ୍ଲିକୋଟ ଅଧ୍ୟାପକ ଡ ଜୟନ୍ତୀ ବେହେରା, ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଇଟିଭି ଭାରତର ସମ୍ୱାଦଦାତା ସମୀର କୁମାର ଆଚାର୍ଯ୍ୟ, ୟୁରୋ କିଡସ୍ ଅଧ୍ୟକ୍ଷା ଡ ସସ୍ମିତା ମହାପାତ୍ର, ଡିଏଭି ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ, ସୁବଳୟା କଲେଜ ଅଧ୍ୟାପକ ଡ ଅନୀତା ମିଶ୍ର, ହିଲଟପ୍ କଲେଜ, ମୋହନାର ଅଧ୍ୟାପକ ଅନ୍ତର୍ଯ୍ୟାମୀ ଗୌଡ, ସାହିତ୍ୟକ ଭି ରାଜେନ୍ଦ୍ର ରାଜୁ ପ୍ରମୁଖ ଉପସ୍ଥିତ ରହି ଦେଶରେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ରହିଥିବା ଜାତୀୟ ଶିକ୍ଷା ନୀତି ଏବଂ ସେଥିରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା କିପରି ହେବାର ଆବଶ୍ୟକତା ରହିଛି ସେ ନେଇ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଗୀତା ପାଢି , ସଂଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଗ, ଶିକ୍ଷାବିତ ପ୍ରଶାନ୍ତ କୁମାର ଶତପଥୀ, ଅଙ୍ଗନବାଡି କର୍ମୀ ମଞ୍ଜୁଳା ବିଶ୍ୱାସରାୟ, ସୁମିତା ଦାଶ, ଅଧ୍ୟାପିକା କିରଣବାଳା ରଥ,ସଦସ୍ୟା ସୁନୀତା ସେଠୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବି, ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Related posts

ଛତ୍ରପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

mahabharatanews

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ

mahabharatanews