ଓଡିଶା

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ  : ରାଜନୈତିକ ଶତ୍ରୁତାରୁ ଦୁଇ ଯୁବକକୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମରେ ସଂଘବଧ ଆକ୍ରମଣ ହୋଇଛି । ଦୁଇ ସାଙ୍ଗକୁ ଘରୁ ଡାକି ନେଇ ଠେଙ୍ଗାରେ ଆକ୍ରମଣ କରାଯାଇଛି । ମୃତ ଯୁବକ ଜଣକ ହେଲେ କଳିଆଗୁଡା ଗ୍ରାମର ଅମର ରାଉତ ଅନ୍ୟ ଜଣେ ଗୁରୁତର ଯୁବକ ହେଲେ ଶିବରମ ପ୍ରଧାନ । ସୂଚନା ମୁତାବକ ଗତ ରାତିରେ ଦୁଇ ଘରେ ବସି ଥିବା ବେଳେ ବଡ଼ ବରୋସିଙ୍ଗି ଗ୍ରାମର କିଛି ଯୁବକ ଘରୁ ଡାକି ନେଇଥିଲେ । ପୂର୍ବରୁ ଥିବା ରାଜନୈତିକ ଶତ୍ରୁତା କେନ୍ଦ୍ର କରି ବଚସା ହୋଇଥିଲା । ପରେ କଥା ଆଗକୁ ବଢିଥିଲା ୧୦ ରୁ ୧୫ ଜଣ ଯୁବକ ଆସି ରାସ୍ତା ଉପରେ ଠେଙ୍ଗାରେ ସଂଘବଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପଡିଥିବା ଖବର ପାଇ ପରିବାର ଲୋକେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ଜଣକର ଭଞ୍ଜନଗର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ।

Related posts

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

mahabharatanews

ରାଣୀଗୁଡା ଫାର୍ମ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ

mahabharatanews

୨୪ ଯାଏଁ ପ୍ରବଳ ଗରମ ସହ ଗୁଳୁଗୁଳି

mahabharatanews