Uncategorized

୧୯୭୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ହାଇସ୍କୁଲ ର ୧୯୭୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ୟ୍ୟକ୍ରମ ସ୍ଥାନୀୟ କେରିଲୋ ପଂଚାୟତ ମା’ ରାମଚଣ୍ଡୀ ପୀଠରେ ପାଳିତ ହୋଇ ଯାଇଅଛି । ଦ୍ବିତୀୟ ବର୍ଷର ଏହି ବନ୍ଧୁ ମିଳନ ଉତ୍ସବରେ ପାଖାପାଖି ୩୦ ରୁ ୪୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୪୫ ବର୍ଷ ପରେ ଛାତ୍ରଛାତ୍ରୀ ମାନେ ପରସ୍ପର ଙ୍କୁ ଭେଟି ଥିବାରୁ ସେମାନଙ୍କ ଭିତରେ ଖୁସୀର ଆଦାନ ପ୍ରଦାନ ହେବା ସହିତ ମା’ଙ୍କ ପୀଠରେ ଭଜନ ସମାରୋହ ହୋଇଥିବାରୁ ଏହି ବନ୍ଧୁ ମିଳନ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଏହି ବନ୍ଧୁ ମିଳନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିରାମ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବୈକୁଣ୍ଠ ନାୟକ, ଶାରଦା ନାୟକ, ଚିତ୍ତରଞ୍ଜନ ଦାସ, ସାମ୍ବାଦିକ ସୀତାନାଥ ସିଂହ, ବରଦା କୃଷ୍ଣ ରଥ, ବିଜୟ କୁମାର ମଣ୍ଡଳ, ଉମାଶଙ୍କର ପାତ୍ର, ଅଶୋକ ନନ୍ଦ, ବିଜୟଲକ୍ଷ୍ମୀ ପଣ୍ଡା, ଗାୟତ୍ରୀ ରଥ, ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ମା’ଙ୍କ ପୀଠରେ ଭୋଜିଭାତ ର ଆୟୋଜନ ପରେ ବନ୍ଧୁ ମିଳନ ଉତ୍ସବ ଶେଷ ହୋଇଥିଲା।

Related posts

ଟ୍ରମ୍ପଙ୍କ କୋରୋନା ଭାଇରସ ଟେଷ୍ଟ

mahabharatanews

କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews

ଦେଶର ହିତ ପାଇଁ ଜନତାଙ୍କ ଆକ୍ରୋଶ ସହିବାକୁ ପଡିଥାଏ: ପ୍ରଧାନମନ୍ତ୍ରୀ ମୋଦି

mahabharatanews