ଓଡିଶା

ଆସନ୍ତା ୨୭/୨୮ରେ ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା । ଆସନ୍ତା ୨୭/୨୮ରେ ଓଡିଶା ଗସ୍ତରେ ଆସିବେ ନଡ୍ଡା । ଏନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଖବର ଅନୂଯାୟୀ ଗତ ସେପ୍ଟେମ୍ବର ମାସ ୨୯ ଓ ୩୦ ଦୁଇଦିନ ଓଡ଼ିଶାରେ ରହି ଜେ ପି ନଡ୍ଡା ଦଳୀୟ କାର୍ୟ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଜେପି ମିସନ ୨୦୨୪ କିଭଳି ସଫଳ ହେବ ସେ ନେଇ କାର୍ୟ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ଗସ୍ତ ସମୟରେ ଶ୍ରୀ ନଡ୍ଡା ଦଳର ସଂଗଠନର ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ବୁଥସ୍ତରୀୟ ଅଭିଯାନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ରାଜ୍ୟର ୩୭ ହଜାର ବୁଥରେ ରାଜ୍ୟ ବିଜେପି ପହଞ୍ଚିବ। ବିଜେପି ସରକାରଙ୍କ କଥା ଗାଁରେ ପହଞ୍ଚାଇବ ବିଜେପି ରାଜ୍ୟ ସରକାରଙ୍କ ବିଫଳତା କଥା କହିବ ବୋଲି ନିଷ୍ପତ୍ତି ହୋଇଥିଲା ।

Related posts

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ଉତ୍ତର ଭାରତରେ ବିପର୍ଯ୍ୟୟ; ୨୪ଘଣ୍ଟାରେ ୩୪ ମୃତ୍ୟୁ

mahabharatanews

ଫସିଥିବା ୭ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

mahabharatanews