ଦୁର୍ଘଟଣାଭାରତ

୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଆଜି ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଗୁର୍ଘଟଣା ହୋଇଛି । ସୂଚନା ମୁତାବକ ବଡ ଦୁଃଖର ବିଷୟ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ବିମାନଟି କାଠମାଣ୍ଡୁରୁ ଫୋରା ଅଭିମୁଖେ ଯାତ୍ରା କରୁଥିଲା । ବିମାନଟି ସକାଳ ୧୦ଟା ୩୦ରେ ତ୍ରିବୁଭନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ବିମାନଟି ଅବତରଣ କରିବାର ଦଶ ସେକେଣ୍ଡ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି ପୁରୁଣା ଡୋମେଷ୍ଟିକ୍ ଏୟାରପୋର୍ଟ ଏବଂ ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ପ୍ରବାହିତ ସେଟି ଗଣ୍ଡକି ନଦୀ କୂଳରେ ଅବସ୍ଥିତ ଜଙ୍ଗଲ ଜମିରେ ଖସିପଡିଥିଲା। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବରକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ଆଉ କୌଣସି ଯାତ୍ରୀ ଜୀବିତ ନଥିବା ଜଣାପଡ଼ିଛି। ବିମାନରେ ୧୧ ଜଣ ବିଦେଶୀ ଯାତ୍ରୀ ଏବଂ ସେମାନଙ୍କ ମଧ୍ୟରେ ତିନିଜଣ ଶିଶୁ ଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଏଥିରେ ୫୩ ଜଣ ନେପାଳୀ, ୫ ଜଣ ଭାରତୀୟ, ୪ ଜଣ ଋଷୀୟ, ଜଣେ ଇଂଲଣ୍ଡ ନାଗରିକ, ୨ଜଣ କୋରିଆ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫ୍ରାନ୍ସ ନାଗରିକ ଥିଲେ।

Related posts

ପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ

mahabharatanews

ପାର୍ବଣ ଋତୁ ପୂର୍ବରୁ କମିଲା ସୁନା ଦର 

mahabharatanews

୨୨ରେ ଜି-୨୦ ବୈଠକ, ସୁରକ୍ଷା କଡ଼ାକଡ଼ି

mahabharatanews