Uncategorized

ମିଶନ ଶକ୍ତି ସଭାଗୃହ ଉଦ୍ଘାଟନ ବିଧାୟକ

କଟକ/ ଜ୍ୟୋସ୍ନା ରାଣୀ ସିଂହ : ନିଶ୍ଚିନ୍ତକୋଇଲି ବାଲିଆପଦା ଠାରେ ମିଶନ ଶକ୍ତି ସଭାଗୃହ ଉଦ୍ଘାଟନ ଓ କେନ୍ଦ୍ରାପଡା କେନାଲ ଉପରେ ବାଲିଆପଦା ବିଜୁ ସେତୁର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଥିବା ବେଳେ ବହୁ ମହିଳା ଓ ଦଳୀୟ କର୍ମୀ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ପ୍ରଥମେ କଟକ ଚାନ୍ଦବାଲି ରାସ୍ତାର ପଣସପଡ଼ିଆ ଛକରୁ ଏକ ମୋଟର ସାଇକେଲ ରାଲିରେ ବିଧାୟକଙ୍କୁ ସମ୍ବର୍ଦ୍ଧନା କରି ନେଇ ଶିଳାନ୍ୟାସ ଓ ଉଦଘାଟନ ସ୍ଥଳରେ ପହଞ୍ଚି ଥିଲେ କର୍ମୀ ମାନେ । ଏହି ଅଂଚଳରେ ପ୍ରଥମେ ମା’ ମାନଙ୍କ ପାଇଁ ମିଶନ ଶକ୍ତି ସଭାଗୃହ କୁ ଉଦ୍ଘାଟନ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୨ କୋଟି ୨୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କାର ବିଜୁ ସେତୁର ଶୁଭ ଶିଳାନ୍ୟାସ କରିଥିଲେ । ଫଳରେ ସ୍ଥାନୀୟ ଲୋକ ମାନେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏଥିସହିତ ସ୍ଥାନୀୟ ଅଂଚଳ ର ବହୁ ଲୋକ ଉପସ୍ଥିତ ଥିବାର ଦେଖା ଯାଇଥିଲା ।

Related posts

ଶରଦ ପାୱାରଙ୍କ ସୁରକ୍ଷାକୁ ନେଇ ଶିବସେନାର ବିଷୋଦ୍ଗାର

mahabharatanews

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

mahabharatanews

ଫ୍ରୋଜେନ-୨ କଣ୍ଠଶିଳ୍ପୀ ରାଚେଲ ପଜିଟିଭ

mahabharatanews