ଓଡିଶା

ପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

କୋରାପୁଟ/ ଦଶରଥ ମାଛ : ପଟ୍ଟାଙ୍ଗି ବ୍ଲକ୍ ନିକଟସ୍ଥ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଏମ ଅବଦଲ ଅଖତରଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଜନ ଶୁଣାଣୀ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ବ୍ଲକ୍ ଅନ୍ତର୍ଗତ ୧୪ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ପହଞ୍ଚି ନିଜ ନିଜର ଅଭିଯୋଗ ତଥା ବିଶେଷ କରି ବିଜୁଳି ମୃତ୍ୟୁ ଘଟଣାରେ କ୍ଷତି ପୂରଣ,ରାସ୍ତା,ଶିକ୍ଷକ ଅଭାବ,ଭାରତମାଳା ଜମି ହରାଇ ଥିବାଙ୍କୁ କ୍ଷତି ପୁରଣ ଦାବି ଏଭଳୀ ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ ଏମ ଅବଦଲ ଅକ୍ତତର କରିଥିଲେ । ଅଭିଯୋଗର ଶୁଣାଣି କାର୍ୟ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର,ପିଡିଡିଆରଡିଏ ଗୌରବ ଶିବାଜୀ ଇସାଲୱାର, ସିଡିଏମଓ ଅରୁଣ ପାଢୀ, ବ୍ଲକ୍ ଅଧକ୍ଷ କଲ୍ପନା ପାଙ୍ଗି, ଗୋଷ୍ଠି ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର,ପଟ୍ଟାଙ୍ଗି ତହସିଲଦାର ବିରେନ୍ଦ୍ର ବାହାଦୁର ସିଂ ଧାରୁଆ,ପଟାଙ୍ଗି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଟିକାଈ ଗେମେଲ, ଏବଂ ବିଭିନ୍ନ ବିଭାଗୀୟ ଅଧିକାରି ଗଣ ଉପସ୍ଥିତ ରହିଥିବା ବେଳେ ଏହି କାର୍ୟ୍ୟକ୍ରମରେ କୌଣସି ବିଷୟକୁ ନେଇ ଗଣ ମାଧ୍ୟମର ପ୍ରତିନିଧି ଙ୍କୁ କୌଣସି ସୂଚନା ପ୍ରଦାନ କରା ଯାଇନଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Related posts

ଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୫ ସହରରେ ହେବ ଓପିଏସ୍ସି ପରୀକ୍ଷା

mahabharatanews

ଡେଙ୍ଗୁ ସଚେତନତା ପାଇଁ ଅଣ୍ଟା ଭିଡିଛି ବିଏମସି

mahabharatanews