ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁଗ୍ରାମ ୧୩୨/୩୩ କେଭି ଗ୍ରିଡ ସବଷ୍ଟେସନ ଲୋକାର୍ପିତ

କଟକ : ସାଲେପୁର ବ୍ଲକ୍ ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ସ୍ଥିତ ଆତୋଡା ଠାରେ ନବନିର୍ମିତ ବହୁଗ୍ରାମ ୧୩୨/୩୩ କେଭି ଗ୍ରିଡ୍ ସବଷ୍ଟେସନକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହି ଅବସର ରେ ଅତୋଡ଼ା ଠାରେ ଆୟୋଜିତ ଲୋକାର୍ପିତ କାର୍ୟ୍ୟକ୍ରମରେ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ସବ୍ ଷ୍ଟେସନ ହେବା ଦ୍ଵାରା ଅଂଚଳରେ ହେଉଥିବା ବିଦ୍ୟୁତ୍ କାଟ, ଲୋ ଭୋଲ୍ଟେଜ୍ ସମସ୍ୟା ଆଦି ଦୂର ହେବା ସହ ବିଦ୍ୟୁତ୍ ସେବା କ୍ଷେତ୍ରରେ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଦ୍ୟୁତ୍ ସଂଚାରଣ ନିଗମ ଲିମିଟେଡର ଡିଜିଏମ,ଅଶୋକ କୁମାର ମହାନ୍ତି, ଜିଏମ , ଶ୍ରୀମନ୍ତ କୁମାର ସାହୁ, ସାଲେପୁର ବିଡିଓ, ସୂର୍ୟ୍ୟକାନ୍ତ ରାଉତ, ସମାଜ ସେବୀ ସଂଜିତ ଦାଶ,ପଞ୍ଚାୟତ ସମିତି ଉପାଦକ୍ଷା ଙ୍କ ପ୍ରତିନିଧି ବିଶ୍ୱଜିତ୍ ବିଶ୍ବାଳ, ସରପଞ୍ଚ ସଞ୍ଜୟ କୁମାର ବେହୁରା, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତା ସେଠୀ,ପ୍ରମୁଖ ଯୋଗ ନୂତନ ସବଷ୍ଟେସନ ଦ୍ଵାରା ଅଂଚଳରେ ବିଦ୍ୟୁତ୍ ସମସ୍ୟା ଦୂର ହେବ ବୋଲି ମତ ପ୍ରକାଶ କରିବା ସହିତ ବିଧାୟକଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । କାର୍ୟ୍ୟକ୍ରମରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ,ଓ ଜନସାଧାରଣ ଉପସ୍ଥିତ ଥିଲେ।

Related posts

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

mahabharatanews

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

mahabharatanews

ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲକୁ ଚୟନ ହେଲା ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିଳାଷ “

mahabharatanews