ଜୟପୁର : ଆସନ୍ତା ମାସ ପ୍ରଥମ ସପ୍ତାହରେ ପୃଥିବୀ ନିକଟରେ ଧୂମକେତୁ ସି/୨୦୨୦ ଏଫ୍-୩ ଅତିକ୍ରମ କରିବ । ତେବେ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ସହରର ଫଟୋଗ୍ରାଫର ମଳୟ କୁମାର ପାତ୍ର ଧୂମକେତୁର ଫୋଟୋ ଉତ୍ତୋଳନ କରିଛନ୍ତି । ପାତ୍ରପୁଟ ନିକଟରେ ଗତ ୨୧ ତାରିଖ ରାତି ଗୋଟାଏ ରୁ ସାଢେ଼ ୨ଟା ମଧ୍ୟରେ ଧୂମକେତୁ ଦୃଶ୍ୟମାନ ହୋଇଥିବା ବେଳେ ତାହାକୁ ନିଜ କ୍ୟାମେରା ରେ କଏଦ କରିଥିଲେ । ୪ ମିନିଟ୍ ମଧ୍ୟରେ ୬୦ ରୁ ଅଧିକ ଫୋଟୋ ଉତ୍ତୋଳନ କରିଥିଲେ । ୨୦୨୦ ମସିହା ମାର୍ଚ୍ଚ ୨୬ ତାରିଖ ରେ ଏହି ଧୂମକେତୁ କୁ ଚିହ୍ନଟ କରାଯାଇଥିଲା । ନାସାର ନିଓୱାଇଜ୍ଜ ପ୍ରୋଗ୍ରାମ ଠାବ କରି ନାମକରଣ କରିଥିଲା । ସି / ୨୦୨୨ ଇ ୩ ହେଉଛି ଓଓଆରଟି ମେଳା ଠାରୁ ଏକ ଦୀର୍ଘ ସମୟର ଧୂମ ଯାହାକି ୨ ମାର୍ଚ୍ଚ ୨୦୨୨ ରେ ଜୁକି ଟ୍ରାନଜିଏଣ୍ଟ୍ ସୁବିଧା ଦ୍ୱାରା ଆବିଷ୍କୃତ ହୋଇଥିଲା । ଜୀବନରେ ଗୁଟେ ଥର ଦେଖି ହୋଇଥିବା ଏହି ଧୁମ ପ୍ରାୟତ ୫୦୦୦ ବର୍ଷ କୁ ଥରେ ପୃଥିବୀ ଆଡକୁ ଗତି କରିଥାଏ, ଯାହାକୁ ଏକ ମହଜାଗତିକ ଦୃଶ୍ୟ କୁହାଯାଏ, ଆସନ୍ତା ୨ ଫେବୃଆରୀ ୨୦୨୩ ରେ ଭାରତରେ ଏହା ଦେଖା ହବ ସହ ସମ୍ପୂର୍ଣ ଆଖିରେ ଦେଖିହବ । ଷ୍ଟାରଗେଜର୍ମାନଙ୍କ ପାଇଁ ଥରେ ଜୀବନରେ ଦେଖା ଯାଉଥିବା ଏହି ଧୁମ । ଭାରତୀୟ ଆକାଶରେ ବିରଳ ସ୍ୱର୍ଗୀୟ ଘଟଣା ଆରମ୍ଭ ହୋଇସାରିଛି ଜ୍ଝ ୫୦ ସହସ୍ର ବର୍ଷରେ ପ୍ରଥମ ଥର ପାଇଁ ଏକ ନୂତନ ଆବିଷ୍କୃତ ଧୂମ ଦେଖାଯିବ ।