ଓଡିଶା

ପୁଣି ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଲା ମାଓ ପୋଷ୍ଟର

ନୂଆପଡା : ପୁଣି ଲାଗିଲା ମାଓ ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ । ମେନପୁର ନୂଆପଡା ମାଓ ଡିଭିଜନ କମିଟି ଲେଖା ହୋଇଛି । ନୂଆପଡା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ, ନଙ୍ଗଲବୋର୍ଡ ପଞ୍ଚାୟତ କାର୍ୟ୍ୟଲୟ ଗେଟ ରେ ଲାଗିଛି ମାଓ ପୋଷ୍ଟର । ଫୁଲଚୀ ଘାଟି ରାସ୍ତା କଡରେ ଏକ ଫରେଷ୍ଟ ବୋର୍ଡ ଏବଂ ନଙ୍ଗଲବୋର୍ଡ ପଞ୍ଚାୟତ କାର୍ୟ୍ୟାଳୟ ଗେଟରେ ଧଳା କାଗଜରେ ସବୁଜ ରଙ୍ଗରେ ହିନ୍ଦୀରେ ଲେଖା ହୋଇଥିବା ପୋଷ୍ଟର ଲାଗିଛି । ପୋଷ୍ଟର ରେ ଲେଖା ଅଛି ଯେ ଅଞ୍ଚଳର ନଙ୍ଗଲବୋର୍ଡର ସମୁଦ୍ର ବାଗ ଜଣେ ମାଓବାଦୀ ଙ୍କୁ ଚିକିତ୍ସା ପାଇଁ ଛାଡି ନେଇ ଯାଉଥିଲା । ସେହି ସମୟରେ ସମୁଦ୍ର ବାଗ ସହ ଜଣେ ମହିଲା ମାଓବାଦୀ ଙ୍କୁ ନବରଙ୍ଗପୁର ଡିଭିଏଫ ପୋଲିସ ଗିରଫ କରିଥିଲା ଏବଂ ସେଥିରୁ ସମୁଦ୍ର ବାଗକୁ ମାଓ ସଂଗଠନର ପାର୍ଟି ମେମ୍ବର ଦର୍ଶାଇଥିଲା ପୋଲିସ କ୍ଷ ହେଲେ ଏହାକୁ ମାଓବାଦୀ ମାନେ ଖଣ୍ଡନ କରିଥିବା ପୋଷ୍ଟର ରେ ଉଲ୍ଲେଖ ଅଛି କ୍ଷ ସମୁଦ୍ର ବାଗ ପାର୍ଟି ମେମ୍ବର ନୁହେଁ ବୋଲି ପୋଷ୍ଟର ରେ ଉଲ୍ଲେଖ କରିବା ସହ । ପୋଲିସ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରିଥିବା ପୋଷ୍ଟର ରେ ଉଲ୍ଲେଖ ଅଛି । ମେନପୁର ନୂଆପଡା ମାଓ ଡିଭିଜନ କମିଟିର ସଚିବ ଗୁଡୁ ଲଗାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି ।

Related posts

ଦୁଃଖୀଙ୍କ ପାଇଁ କରୋନା ସମ୍ବେଦନଶୀଳ!

mahabharatanews

ବଢୁଛି ରାଜ୍ୟରେ ତାପମାତ୍ରା 

mahabharatanews

ଗୌତମ ଆଦାନୀଙ୍କୁ ବଡ ଝଟକା

mahabharatanews