ଓଡିଶା

ପାଟପୁରରେ ଶ୍ରୀ ରାଧାକାନ୍ତଜୀଉ ମହୋତ୍ସବ ଶେଷ

କଟକ : ଶ୍ରୀଶ୍ରୀ ରାଧାକାନ୍ତଜୀଉ ମନ୍ଦିର ପରିଚାଳନା ସମିତି ଓ ପାଟପୁର ଗ୍ରାମବାସୀଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ବ୍ଳକ ପାଟପୁରସ୍ଥିତ ଶ୍ରୀଶ୍ରୀ ରାଧାକାନ୍ତଜୀଉ ମନ୍ଦିର ପରିସରରେ ତ୍ରିଦିବସୀୟ ଶ୍ରୀଶ୍ରୀ ବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିଲା। ମହାବିଷ୍ଣୁଯଜ୍ଞର ପୂର୍ଣ୍ଣାହୁତି ପଣ୍ଡିତମାନଙ୍କ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ସମଗ୍ର ପରିସର ଘଣ୍ଟ, କାହାଳି, ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଛି । ଯଜ୍ଞର ଉଦଯାପନି ଉତ୍ସବରେ ଚଳଚିତ୍ର ପ୍ରଯୋଜକ ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ବୈଦନାଥ ମିଶ୍ର, ଗୀତିକାର ବସନ୍ତରାଜ ସାମଲ, କଣ୍ଠଶିଳ୍ପୀ ନେହାନିହାରିକା, ତେଲୁଗୁ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀଙ୍କ ସହ ସୁରତାଳ କ୍ରିଏଟିଭି ଭୁବନେଶ୍ୱର ପକ୍ଷରୁ ଚିତାକର୍ଷକ ମେଲୋଡି କାର୍ୟ୍ୟକ୍ରମ ସହ ସ୍ତାନୀୟ କୁନି କଳାକାରଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବହୁ ଭକ୍ତ ଶ୍ରଦ୍ଧାଳୁ ଓ ଜନସାଧାରଣ ମାନେ ଯୋଗଦେଇ ଆଶିଷଲାଭ କରିଥିବା ବେଳେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ବିଶ୍ୱଜିତ ସାହୁ।

 

Related posts

ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଓ୍ଵାର୍ଣ୍ଣିଂ ଜାରି

mahabharatanews

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୫ ଦିନ 

mahabharatanews