Uncategorized

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

କୋରାପୁଟ: ଏଟିଏମରୁ ଲଟୁ ହେଲା ୩୨ ଲକ୍ଷରୁ ଅଧିକ ଟଙ୍କା । କୋରାପୁଟ ଜିଲ୍ଲା ବାଡ଼ୁଆ ଥାନା ଅନ୍ତର୍ଗତ ବାଲଡାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ ଦୁଇଟି କାରରେ ଆସି ବାଲଡାରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ କରିଛନ୍ତି । ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ମେସିନ କାଟି ଟଙ୍କା ନେଇ ଏଟିଏମକୁ ଜାଳିଦେଇଥିବା ଜଣାପଡିଛି । ଆଜି ସକାଳେ ଏଟିଏମ୍ ଖୋଲା ରହିଥିବା କିଛି ଲୋକ ଦେଖିବା ପରେ ଉମରକୋଟ ପୋଲି ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ବାଲଡାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହା ଜାଣିପାରି ଦୁର୍ବୃତ୍ତମାନେ ଲୁଟ୍ କରିଥିବା କୁହାଯାଉଛି ।

Related posts

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

mahabharatanews

ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢିଆ ଲୁକ୍

mahabharatanews

ହାଥରସ ଗଣଦୁଷ୍ମର୍ମ ମାମଲାରେ ଯୋଗୀଙ୍କ ଇସ୍ତଫା ଦାବିକଲେ ପ୍ରିୟଙ୍କା

mahabharatanews