ଓଡିଶା

ଶିକାରୀଙ୍କ ପାଇଁ ହୁତୁ ହୁତୁ ହୋଇ ଜଳୁଛି କୁଲଢ଼ିଆ ଜଙ୍ଗଲ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର କୁଲଡିହା ଅଭୟାରଣ୍ୟ ଦେବଗିରି ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ କ୍ଷ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ପୋଡି ପାଉଁଶ ହୋଇଯାଇଛି ଏକର ଏକର ଜଙ୍ଗଲ ସହ ମୂଲ୍ୟବାନ ଗଛ ଓ ପଶୁ ,ପକ୍ଷୀଙ୍କ ଜୀବନ । ସରକାର ଜଙ୍ଗଲ ଓ ଜୀବଜନ୍ତୁ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଥିବା ବେଳେ କୁଲଢ଼ିଆ ,ଦେବଗିରି ପାହାଡର ଔପଦା ରେଞ୍ଜ ରେ ଥିବା ଜଙ୍ଗଲ ଏବେ ହୁ ହୁ ହେଇ ଜଳିବାରେ ଲାଗିଛି । ଆମେ ଏବାବଦରେ କିଛି କର୍ମଚାରୀ ସହ ଆଲୋଚନା କରିବା ପରେ ,ସେ କହିଛନ୍ତି କି ଜଙ୍ଗଲ କୁ ଯାଉଥିବା କିଛି ଶିକାରୀ ମାନେ ଏପରି ନିଆଁ ଲଗେଇ ଦେଇଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଉଚ ପଦସ୍ତ ବନକର୍ମଚାରୀ ଙ୍କର ନିଦ ଭାଙ୍ଗୁ ନାହିଁ କାହିଁକି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ହାତୀ କରିଡର କୁହାଯାଉଥିବା କୁଳଡିହା ଜଙ୍ଗଲରେ ଦୁଇ ଦୁଇ ଥର ନିଆଁ ଲାଗି ସାରିଲାଣି । ଏହି ନିଆଁକୁ ଅଳ୍ପ କେତେ ଜଣ ବନ କର୍ମଚାରୀ ମାନେ ପ୍ରାଣ ପ୍ରାଣେ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବା କୁ ମିଳିଛି । ସେମାନଙ୍କ ପାଖରେ ନା ଅଛି ଅତ୍ୟାଧୁନିକ ଯନ୍ତ୍ରପାତି, ନା ଆବଶ୍ୟକ କର୍ମଚାରୀ ।  ତଥାବି ନିଆଁ କୁଲିଭାଇବା କୁ ଚାଲିଛି ସଂଘର୍ଷ । ଦେଖିବାକୁ ରହିଲା ଜଙ୍ଗଲ ବିଭାଗ ଅଧିକାରୀ ମାନେ କି ପ୍ରକାର ପଦକ୍ଷେପ ନେଉଛନ୍ତି ।

Related posts

ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ମହିଳା ପୁଲିସ ଆହତ

mahabharatanews

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

ଓଡିଶାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ। ୨ହଜାର ନିକଟତର

mahabharatanews