ଓଡିଶା

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ

ଭୁବନେଶ୍ୱର : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ। ଭୁବନେଶ୍ୱର କିମସ୍‌ରୁ ବାସ ଭବନକୁ ନିଆଯାଉଛି ପାର୍ଥିବ ଶରୀର । ପିଣ୍ଟୁ ନନ୍ଦ ଏବେ ତାଙ୍କ ବାସ ଭବନରେ ପହଞ୍ଚିଲେ । ଏଠୁ ତାଙ୍କ ଭାଇଙ୍କ ଘରକୁ ଯିବେ ପରେ ଆଚାର୍ଯ୍ୟ ବିହାରର ଥିବା କ୍ଲବକୁ ଯିବେ । ଯେଉଁ କ୍ଲବକୁ ସିଏ ସବୁବେଳେ ଯାଆନ୍ତି । ପରେ ତାଙ୍କ ପାର୍ଥିବ ଶରୀର କୁ ପୁରୀ ସ୍ୱର୍ଗଦ୍ଵାରକୁ ନିଆଯିବ । ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ତାଙ୍କ ପାର୍ଥିବ ଶରୀର ଅଣାଯାଇଥିଲା ।

ବିମାନବନ୍ଦରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉପସ୍ଥିତ ଥିଲେ ସିନେ ଜଗତର ବହୁ କଳାକାର ଓ ପରିବାର ଲୋକ । ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି।

Related posts

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

mahabharatanews

ରାଜ୍ୟରେ ଆଉ ୭୪ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ

mahabharatanews