ଭାରତ

କମିଲା ଔଷଧ ଦାମ୍ , ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର

ଏପ୍ରିଲ ପହିଲାରୁ ଦେଶରେ ବିକ୍ରି ହେଉଥିବା ୬୫୧ଟି ଅତ୍ୟାବଶ୍ୟକୀୟ ଔଷଧର ଦାମ କମ ହୋଇଛି । ପ୍ରାୟ ୭ ପ୍ରତିଶତ ମୂଲ୍ୟ ହ୍ରାସ କରିଛନ୍ତି ସରକାର । ଜାତୀୟ ଔଷଧ ମୂଲ୍ୟ କର୍ତୃପକ୍ଷ ବା ଏନପିପିଏ ଏହା ଟ୍ୱିଟ୍ କରି ଜଣାଇଛି । ଜାତୀୟ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ମୋଟ ୮୭୦ଟି ମେଡିସିନ୍ ଥିବା ବେଳେ ସେଥିରୁ ୬୫୧ଟିରେ ମୂଲ୍ୟ ହ୍ରାସ ଏକ ବଡ ଆଶ୍ୱସ୍ତି ଆଣି ଦେଇଛି ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ । ହାରାହାରି ଏହି ସବୁ ଔଷଧ ଗୁଡିକରେ ପ୍ରାୟ ୧୬.୬୨ ପ୍ରତିଶତ ମୂଲ୍ୟ ହ୍ରାସ ବର୍ତମାନ ସୁଦ୍ଧା ହୋଇ ସାରିଛି । ପାଇକାରୀ ମୁଦ୍ରାସ୍ଫିତୀ ପ୍ରଭାବରେ ଏପ୍ରିଲ ପହିଲାରୁ ଜରୁରୀ ମେଡିସିନର ଦାମ୍ ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରା ଯାଉଥିଲା । କିନ୍ତୁ ବାସ୍ତବରେ ଏହା ବଢିବା ବଦଳରେ ୬.୭୩ ପ୍ରତିଶତ ହ୍ରାସ ହୋଇଛି ।

Related posts

ଦେଶରେ ଦିନକରେ ୨୫,୯୨୦ ଆକ୍ରାନ୍ତ ଚିହ୍ନଟ ଓ ୪୯୨ ଜଣ ମୃତ

mahabharatanews

ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

mahabharatanews

ଆଖି ବୁଜିଲେ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ 

mahabharatanews