ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ପିକଅପ୍ ,୩ ମୃତ ୬ ଗୁରୁତର

ଧର୍ମଶାଳା/ ସୌମ୍ୟ ପଣ୍ଡା: ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଟ୍ରକକୁ ସାମନାରୁ ପିଟିଲା ପିକଅପ୍ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଚାରିନଙ୍ଗଳ ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।ସୂଚନା ଅନୁଯାଇ ଏକ ପିକଅପ ଗାଡିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ଏକ ଟ୍ରକ ସହ ଧକା ହୋଇଥିଲା ।ଯାହା ଫଳରେ ପିକଅପ ଡ୍ରାଇଭର ଙ୍କ ସହ ଡାଲା ଗାଡି ପଛପଟେ ବସିଥିବା ମୋଟ ୯ଜଣକ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି ।ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି।ଗୁରୁତର ମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।ବାଲିଚନ୍ଦ୍ରପୁର ଅଂଚଳରୁ ସୁକୁଆ ନେଇ ଗାଡିରେ ପାରାଦ୍ୱୀପ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ଅତ୍ୟଧିକ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣା ର ଅଧିକ ତଦନ୍ତ ଚଳାଇଛି।

Related posts

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ସବ୍ ରେଜିଷ୍ଟାରଙ୍କ ଘରେ ଭିଜିଲାନ୍ସ  ଚଢ଼ାଉ

mahabharatanews

 ଘଡ଼ଘଡ଼ି ସହ ପ୍ରବଳ ବର୍ଷା : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews