ଓଡିଶା

ଉପକୂଳ ସୁରକ୍ଷା ନେଇ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩

ପାରାଦ୍ୱୀପ: ଉପକୂଳ ସୁରକ୍ଷା ନେଇ ଆଜି ଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ । ଆଜି ସକାଳ ୬ଟାରୁ ଏହି ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସଂଧ୍ୟା ପର୍ୟ୍ୟନ୍ତ ଚାଲିବ । ସମାରାଭ୍ୟାସ ଆରମ୍ଭ ହୋଇଥିବାବେଳେ ଏଥିରେ ୧୮ଟି ବିଭାଗ ସାମିଲ ହୋଇଛନ୍ତି ୨୬-୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରତି ବର୍ଷ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ ବିଭାଗ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି । ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ରେଡ୍ ଟିମ୍ ସମୁଦ୍ର ଜଳପଥ ଦେଇ ସ୍ଥଳ ଭାଗକୁ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଏହାଦ୍ବାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ବାହ୍ୟ ଶତ୍ରୁଙ୍କ ମୁକାବିଲା କରିବା ପାଇଁ ଏହା ସହାୟକ ହେବ । କାଲି ସନ୍ଧ୍ୟା ୭ ଟାରେ ସମରାଭ୍ୟାସ ଶେଷ ହେବ ।

Related posts

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକ

mahabharatanews

୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ

mahabharatanews

ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଚଳୁକରିବାକୁ ମସୁଧା

mahabharatanews