ଓଡିଶା

‘ଆମ ଜମିକୁ ମାଡିବ ରେଙ୍ଗାଲି ପାଣି’ କାର୍ଯ୍ୟକ୍ରମ ଉଦଘାଟନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ଯାଜପୁର / ଅଂଶୁମାନ ବେହୁରା : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ ଉଚ୍ଚବାଲି ପଞ୍ଚାୟତର ସନ୍ତରାଗାଡ଼ିଆ ଠାରେ ଆମ ଜମିକୁ ମାଡିବ ରେଙ୍ଗାଲି ପାଣି କାର୍ଯ୍ୟକ୍ରମରେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ବାମ ପାର୍ଶ୍ୱ ରେଙ୍ଗାଲି କେନାଲର ସାଖା କେନାଲକୁ ଉଦଘାଟନ କରିଛନ୍ତି । ଉକ୍ତ ବୈଠକରେ ଉଚ୍ଚବାଲି ପଞ୍ଚାୟତର ଗାଁ ଦାଣ୍ଡରେ, ଚାଷୀଙ୍କ ସହ ଚର୍ଚ୍ଚା କରି, କୃଷି-ବିକାଶର ମ୍ୟାପ୍ ପ୍ରସ୍ତୁତ କରିବା ସହ ୪ ଜଣ ପୁରୁଖା ଚାଷୀଙ୍କୁ ଉତ୍ତରୀ ଏବଂ ଫଟୋ ଦେଇ ସ୍ନମ୍ମାନୀତ କରିଛନ୍ତି ମନ୍ତ୍ରୀ । ଏହି କେନାଲଟି ୧୭କି.ମି ଥିବା ବେଳେ ଯାଜପୁର ଓ କେଉଁଝର ଜିଲ୍ଲାର ଚାଷୀ ମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ  କହିଛନ୍ତି । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ମୁଖ୍ୟତଃ ବାଙ୍ଗରକୋଟା, ଉଚ୍ଚବାଲି ଏବଂ ନଛିପୁରା ପଞ୍ଚାୟତର ଜମିକୁ ଖରାଦିନରେ ଜଳସେଚିତ କରିବାକୁ ଆଶା ରଖାଯାଇଛି। ପନିପରିବାକୁ ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ଚାଷୀ ଭାଇମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଦାନଗଦି ବ୍ଳକ ଅଧକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ ବିନ୍ଧାଣି, ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଓ ବିଜେଡି ବହୁ କର୍ମକର୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

 

Related posts

ପୁଣି ଫେରିଲେ ହାତୀପଲ : ଦଳି ଦେଲେ ଧାନ ଫସଲ

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ୍

mahabharatanews

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

mahabharatanews