ବିଶ୍ୱ

ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପର୍ବତାରୋହୀ ଅନୁରାଗ ମାଲୁ

ଜୀବନ୍ତ ଉଦ୍ଧାର ହେଲେ ଅନୁରାଗ ମାଲୁ । ଗତ ସପ୍ତାହରେ ନିଖୋଜ ଥିବା ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଭେନ୍ ସମ୍ମିଟ୍ ଟ୍ରେକ୍ସ ଏହା ନିଶ୍ଚିତ କରିଛି। ଗତ ସପ୍ତାହରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ସମୟରେ ଅନୁରାଗ ନିଖୋଜ ହୋଇଯାଇଥିଲେ। ଅନୁରାଗଙ୍କ ଭାଇ ସୁଧୀର କହିଛନ୍ତି, ‘ସେ ଜୀବନ୍ତ ଅବସ୍ଥାରେ ମିଳିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି’। ଅନୁରାଗ ୩୪ବର୍ଷୀୟ ହୋଇଥିବା ବେଳେ ସେ ରାଜସ୍ଥାନର କିଶନଗଡ଼ର ବାସିନ୍ଦା । ଅନୁରାଗ ମାଲୁ ଏକ ମିଶନରେ ଯାଇଥିଲେ । ପେସାରେ ସେ ଜଣେ ଯୁବ ଉଦ୍ଦ୍ୟୋଗୀ। ସେ ଚତୁର୍ଥ କ୍ୟାମ୍ପରୁ ଫେରୁଥିବା ବେଳେ ତୃତୀୟ କ୍ୟାମ୍ପ ତଳେ ଏକ ଖାଲରେ ପଡ଼ିଯାଇଥିଲେ କୁହାଯାଉଛି ।ଅନୁରାଗ ମାଲୁ ୮,୦୦୦ ମିଟରରୁ ଅଧିକ ସମସ୍ତ ୧୪ଟି ପର୍ବତ ଚଢ଼ିବା ମିଶନରେ ଥିଲେ। ମାଲୁଙ୍କୁ ଆର୍ଇଏକ୍ସ କର୍ମବୀର ଚକ୍ର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ଅନୁରାଗ ଜଣେ ଦକ୍ଷ ପର୍ବତାରୋହୀ ହୋଇଥିବାରୁ ସେ ଅନ୍ନପୂର୍ଣ୍ଣା ପର୍ବତ ଚଢିବାକୁ ଯ୍ଧବଥିଲେ । ଅନ୍ନପୂର୍ଣ୍ଣା ପର୍ବତ ହେଇଛି ବିଶ୍ୱର ଦଶମ ସର୍ବୋଚ୍ଚ ପର୍ବତ । ଏହା ପର୍ବତାରୋହୀମାନଙ୍କ ପାଇଁ ସବୁଠାରୁ ବିନଦପୂର୍ଣ୍ଣ ପର୍ବତ ମଧ୍ୟରୁ ଗୋଟିଲ ବୋଲି କୁହାଯାଏ ।

Related posts

ସହାୟତା ନେଲା ବେଳେ ଦଳାଚକଟାହୋଇ ଚାଲିଗଲା ୮୫ଜୀବନ

mahabharatanews

୨୮ରୁ ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ 

mahabharatanews

ଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ

mahabharatanews