ଓଡିଶାପର୍ବ ପର୍ବାଣି

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାମ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜି ଠାରୁ ଚାଷି ତାର ବର୍ଷର ଫସଲ କାର୍ଯ୍ୟ ଆରମ୍ଭ କରିଥାଏ । ଚାଷି ତାର କ୍ଷେତରେ ମୁଠି ଅନୁକୂଳ କରିଥାଏ । ଆଜି ଠାରୁ ବି ଆରମ୍ଭ ହୋଇଥାଏ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାମ ଅନୁକୂଳ । ଶ୍ରୀମନ୍ଦିର ପ୍ରଶାସନିକ କାର୍ୟ୍ୟାଳୟ ସମ୍ମୁଖରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ ମାସ ତୃତୀୟା ସତ୍ୟ ଯୁଗର ଉତ୍ପତି ଦିବସ ହୋଇଥିବା ବେଳେ ରାଜଗୁରୁ ଓ ସ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ଅନୁକୂଳ କରାଯିବ ରଥ କାମ । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ଆରମ୍ଭ ହେବ ରଥକାମ । ସେହିପରି ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ନୌବିହାର କରିବେ ମହାପ୍ରଭୁ । ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ଡଵ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର । ଏଥିପାଇଁ ନରେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚିତ୍ରକର ସେବାୟତମାନେ ରଙ୍ଗ କରିବା ସହ ମହାରଣା ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦା ଓ ଭଦ୍ରା । ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ସେହି ପରି ଏପଟେ ଭୁବନେଶ୍ୱରରେ ଅବସ୍ଥିତ ଇସ୍କନ ମନ୍ଦିରରେ ମଧ୍ୟ ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଅନୁକଳଳ କରାଯାଇଛି ।

 

Related posts

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

mahabharatanews

ଦାନା ବାନ୍ଧୁଛି ଲଘୁଚାପ, ୧୩ ରୁ ପ୍ରବଳ ବର୍ଷା

mahabharatanews