ଅପରାଧଭାରତ

ଆତ୍ମସମର୍ପଣ କଲା ଅମୃତପାଲ ସିଂ

ଚଣ୍ଡିଗଡ: କିଛି ଦିନ ଳୁଚକାଳି ଖେଳିବା ପରେ ଶେଷରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ।ବଶେଷସୂତ୍ରରୁ ରୁ ଏହା ଜଣା ପଡିଛି ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ।ଅନ୍ୟ ଏକ ରିପୋର୍ଟ ଅନୁସାରେ, ମୋଗା ପୁଲିସ ଅମୃତପାଲ୍ ସିଂହଙ୍କୁ ଗିରଫ କରିଥିଲେ ବି ଘଟଣା ସଂକ୍ରାନ୍ତରେ ଏପର୍ୟ୍ୟନ୍ତ ସୂଚନା ଦିଆଯାଇନାହିଁ।
ଚଣ୍ଡିଗଡ: ଫେବ୍ରୃଆରୀ ମାସ ୨୪ ତାରିଖରେ ଅମୃତ ପାଲ ସିଂ ଓ ତାଙ୍କ ସମର୍ଥକମାନେ ଖଣ୍ଡା, ବନ୍ଧୁକ ଆଦି ଅସ୍ତ୍ରଶସ୍ତ୍ର ଧରି ବାରିକେଡ୍ ଭାଙ୍ଗି ବଳପୂର୍ବକ ଅମୃତସର ନଗରୀ ଉପକଣ୍ଠରେ ଅବସ୍ଥିତ ଅଜ୍ନାଲା ଥାନାରେ ପ୍ରବେଶ କରିଥିଲେ । ତା’ପରେ ସେମାନେ ସେମାନଙ୍କର ଅନ୍ୟତମ ସହଯୋଗୀ ତଥା ଅପହରଣକାରୀ ଅଭିଯୁକ୍ତ ଲଭ୍ପ୍ରୀତ୍ ସିଂହ ତୁଫାନ୍ଙ୍କୁ ମୁକ୍ତ କରାଯିବ ବୋଲି ପୁଲିସଠାରୁ ପ୍ରତିଶ୍ରୁତି ପତ୍ର ଆଦାୟ କରି ନେଇଥିଲେ। ସେମାନଙ୍କ ସହିତ ସଂଘର୍ଷ କରି ୬ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଅଜନାଲା କାଣ୍ଡ ପରଠୁ ଫେରାର ଥିଲା ଅମୃତପାଲ ସିଂ । ୩୬ ଦିନ ଧରି ଗାୟବ ଥିଲା ଅମୃତପାଲ । ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ନେପାଳରେ ଅମୃତପାଲ ସିଂକୁ ଖୋଜା ଚାଲିଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେଉଥିଲା । ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଅମୃତପାଲ ସରେଣ୍ଡର କରିଥିବା ବେଳେ ପୁଲିସ ତାକୁ ଗିରଫ କରିଛି ।

Related posts

ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍, ୩ ଗିରଫ

mahabharatanews

ନଦୀରେ ଡଙ୍ଗା ଓଲଟି ୧୧ ମୃତ

mahabharatanews

ତରଭା ମଦ ଦୋକନ ଚୋରୀ ଘଟଣା ; ଦୁଇ ଗିରଫ

mahabharatanews