ବିଶ୍ୱ

ଇଣ୍ଡୋନେସିଆରେ ଭୂକମ୍ପର ଝଟକା , ସୁନାମି ଚେତାବନି

ଥରିଲା ଇଣ୍ଡୋନେସିଆ । ପଶ୍ଚିମ ସୁମାତ୍ରା ଦ୍ୱୀପର ରାଜଧାନୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତିବ୍ରତା ରିକ୍ଟର ସ୍କେଲରେ ୭.୩ ରହିଥିବା ଇଣ୍ଡୋନେସିଆ ଜିଓଫିଜିକ୍ସ ଏଜେନ୍ସି ସୂଚନା ଦେଇଛି । ଏହି ଭୂକମ୍ପଟି ଭୂପୃଷ୍ଠ ଠାରୁୂ ୮୪ କି.ମି ତଳେ ତାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳକୁ ସୁନାମି ଆଲଟ କରାଯାଇଛି । ଭୂକମ୍ପ ପରେ ଏଜେନ୍ସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ଉପକୂଳଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି । ସୂଚନା ଅନୁସାରେ ସକାଳ ୩ଟାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ଅନେକ ମୃଦୁ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୪ ଭାବରେ ରେକର୍ଡ କରାଯାଇଥିଲା । ଇଣ୍ଡୋନେସିଆର ଡିଜାସ୍ଟର ମିଟିକେସନ୍ ଏଜେନ୍ସିର ସୂଚନା ଦେଇଛି ଯେ, ସେମାନେ ଭୂକମ୍ପର ତଥ୍ୟ ବର୍ତ୍ତମାନ ସଂଗ୍ରହ କରୁଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସମୁଦ୍ର ତଟ ଠାରୁ ଦୂରରେ ରହିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ୩୦ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂକମ୍ପଜନିତ କ୍ଷୟକ୍ଷତି ବାବଦରେ ସୂଚନା ମିଳିପାରିନାହିଁ ।

Related posts

ପରଲୋକରେ  ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ

mahabharatanews

ଅଯୋଗ୍ୟ ଘୋଷଣା ହେଲେ ଇମ୍ରାନ 

mahabharatanews

ଦ୍ୱିତୀୟ ଥର ପାଇଁ ଭୂକମ୍ପରେ ଥରିଲା ଚୀନ

mahabharatanews