ଓଡିଶା

ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ୱ, ବ୍ୟାଙ୍କ ଅଫ ବରୋଦାର ଏମଡି ହେବେ ଦେବଦତ୍ତ ଚାନ୍ଦ

ଭୁବନେଶ୍ୱର: ପୁଣି ଜଣେ ଓଡିଆ ପୁଅ ନିଜର ଦକ୍ଷତା ଦେଖାଇଛନ୍ତି । ପୁଣି ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ । ୫୨ ବର୍ଷିୟ ଦେବଦତ୍ତ ଆସନ୍ତା ୩ ବର୍ଷ ଯାଏଁ ବ୍ୟାଙ୍କ ଅଫ ବରୋଦାର ଏମଡି ଏବଂ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ କାମ କରିବେ । ପୂର୍ବରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ୟ୍ୟନିର୍ବାହୀ ଅଧିକାରୀ ଥିଲେ । ଏହାସହ କୋର୍ପୋରେ କ୍ରେଡିଟ, ଟ୍ରେଜରୀ ଓ ଅନ୍ତର୍ଜାତୀୟ ବ୍ୟବସାୟକ ଦାୟିତ୍ୱରେ ରହିଛନ୍ତି ଦେବଦତ୍ତ ଚାନ୍ଦ। ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଥିବା ସଞ୍ଜିବ ଚଢ଼ାଙ୍କ କାର୍ୟ୍ୟକାଳ ଆସନ୍ତା ଜୁନ୍ ୩୦ରେ ଶେଷ ହେବ । ଏହାପରେ ଦାୟିତ୍ୱ ନେବେ ଦେବଦତ୍ତ ଚାନ୍ଦ । ଦେବଦତ୍ତ ଚାନ୍ଦଙ୍କ ଘର ବଲାଙ୍ଗିର ପ୍ୟାଲେସ ଲାଇନ ଅଞ୍ଚଳରେ । ଦେବଦତ୍ତଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କାମ କରୁଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିବାରୁ । ଓଡ଼ିଶାରୁ ଶ୍ରୀ ଦେବଦତ୍ତ ଚାନ୍ଦଙ୍କୁ ଅଭିନନ୍ଦନ। ତାଙ୍କୁ ଆଗକୁ ଏକ ସଫଳ କାର୍ୟ୍ୟକାଳ କାମନା କରୁଛୁ ।

Related posts

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ 

mahabharatanews

ଆଜି ବି ଭିଜିବ ଓଡ଼ିଶା,୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ସୋନପୁରରେ ତାପମାତ୍ରା ୧୧.୮ ଡିଗ୍ରୀ

mahabharatanews